fbpx
BJD
BJD SKY
BJD SKY

ଠାକୁର ଘରେ ରଖିପାରିବା କି କଳା ରଙ୍ଗର ବିଗ୍ରହ? କାହିଁକି ଶ୍ୟାମଳ ରଙ୍ଗ ହୋଇଛି ରାମଲାଲାଙ୍କ ମୂର୍ତ୍ତି?

BJD

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟବିଗ୍ରହ ଏବଂ ଏହାର ରଙ୍ଗକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଅନେକ ଭକ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଛି ଯେ, ରାମଲାଲାଙ୍କ କଳା ରଙ୍ଗର ମୂର୍ତ୍ତି ସେମାନେ ଘରେ ରଖିପାରିବେ କି? ଏହି ପ୍ରଶ୍ନର ଉତ୍ତର ପାଇଁ ଅନେକ ଶ୍ରଦ୍ଧାଳୁ ବ୍ୟାକୁଳ ହୋଇ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ବରୁଣ ପାଣ୍ଡେ ଏ ନେଇ କ’ଣ କହୁଛନ୍ତି ।

ଜ୍ୟୋତିଷାଚାର୍ଯ୍ୟ ବରୁଣ ପାଣ୍ଡେ କହିଛନ୍ତି ଯେ, ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ ରଙ୍ଗ ଶ୍ୟାମଳ ବୋଲି ଉଲ୍ଲେଖ ରହିଛି । ତେଣୁ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ‘ବାଲକ ରାମ’ ଶ୍ୟାମଳ ରଙ୍ଗରେ ପୂଜା ପାଉଛନ୍ତି । ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ନିର୍ମାଣ କରିଥିବା ଅରୁଣ ଯୋଗୀରାଜ ଏହାକୁ ଗୁରୁତ୍ୱ ଦେଇ ବିଗ୍ରହର ରଙ୍ଗ ଶ୍ୟାମଳ କରିଛନ୍ତି । ରାମଲାଲାଙ୍କ ଏହି ମୂର୍ତ୍ତିରେ ବିଷ୍ଣୁ ଭଗବାନଙ୍କ ସମସ୍ତ ଦଶାବତାରକୁ ସ୍ଥାନ ଦେଇଥିବା ବେଳେ ମୂର୍ତ୍ତିକୁ ମଧ୍ୟ ରାମାୟଣ ଆଧାରରେ ଶ୍ୟାମଳ ରଙ୍ଗ ଦେଇଛନ୍ତି । ସେହିପରି ଶ୍ରୀବିଗ୍ରହ ନିର୍ମାଣ ହୋଇଥିବା ପଥର ମଧ୍ୟ କଳା ରହିଥିବା କହିଛନ୍ତି ଜ୍ୟୋତିଷାଚାର୍ଯ୍ୟ ବରୁଣ ପାଣ୍ଡେ । ଭଗବାନ ଶ୍ରୀରାମଙ୍କ ଏହି ମୂର୍ତ୍ତି ବର୍ଷ ବର୍ଷ ପର୍ଯ୍ୟନ୍ତ ଏଭଳି ଭାବରେ ଅକ୍ଷୁର୍ଣ୍ଣ ଏବଂ ଅପରିବର୍ତ୍ତିତ ରହିବ । କାରଣ ମୂର୍ତ୍ତି ନିର୍ମାଣ କରାଯାଇଥିବା ପଥର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଖରାପ ହୋଇନଥାଏ ।

ଘରେ ରଖିହେବ କି ରାମଲାଲାଙ୍କ କଳା ରଙ୍ଗର ମୂର୍ତ୍ତି?

ଜ୍ୟୋତିଷାଚାର୍ଯ୍ୟ ବରୁଣ ପାଣ୍ଡେଙ୍କ କହିବା ଅନୁସାରେ, ମା’ କାଳୀ, ପ୍ରଭୁ ଭୈରବନାଥ ଏବଂ ଶନିଦେବ ମହାରାଜଙ୍କ ବିଗ୍ରହର ରଙ୍ଗ ମଧ୍ୟ କଳା ହୋଇଥାଏ । ଏହାକୁ ଶାସ୍ତ୍ର ପୁରାଣରେ, ଘରେ ରଖିବାକୁ ବାରଣ କରାଯାଇଛି । ତେବେ ଭଗବାନ ବିଷ୍ଣୁଙ୍କ ଅନ୍ୟ ରୂପ ଶାଳଗ୍ରାମ ଶିଳାଙ୍କୁ ଠାକୁର ଘରେ ରଖି ପୂଜା କରାଯାଇଥାଏ । ଏହାବ୍ୟତୀତ ଭଗବାନ ଶିବଙ୍କ ନର୍ମଦେଶ୍ୱର ଶିବଲିଙ୍ଗଙ୍କୁ ମଧ୍ୟ ଘରେ ସ୍ତାପନା କରାଯାଇ ପୂଜାର୍ଚ୍ଚନା କରାଯାଇ ପାରିବ । ତେବେ ଠାକୁରଘରେ ଅନ୍ୟ କୌଣସି କଳା ରଙ୍ଗର ବିଗ୍ରହଙ୍କୁ ଘରେ ରଖି ପୂଜା କରିବା ବାସ୍ତୁ ଅନୁସାରେ ବର୍ଜନ କରାଯାଇଛି । କଳା ରଙ୍ଗର ମୂର୍ତ୍ତିଙ୍କୁ ଘରେ ନ ରଖି ନିକଟସ୍ଥ କୌଣସି ମନ୍ଦିରରେ ରଖି ପୂଜା କରାଯାଇ ପାରେ । ଘରେ ଶାଳଗ୍ରାମ, ନର୍ମଦେଶ୍ୱର ଶିବଲିଙ୍ଗଙ୍କ ବ୍ୟତୀତ କଳା ରଙ୍ଗର କୌଣସି ବିଗ୍ରହଙ୍କୁ ସ୍ଥାପନା କରାଯାଇ ପାରିବ ନାହିଁ ।

Get real time updates directly on you device, subscribe now.