fbpx

ଆମିଷ ଖାଉ ନଥିବା ଲୋକଙ୍କ ପାଇଁ ଖୁସି ଖବର: ଏଣିକି ମଟନ୍-ଚିକେନ୍ ସ୍ୱାଦରେ ପାଇବେ…

ଓଡିଶା ଭାସ୍କର: ଆମିଷ ଖାଉ ନଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଯେଉଁମାନେ ଆମିଷ ଠାରୁ ଦୂରେଇ ରହୁଛନ୍ତି ସେମାନେ ମଟନ୍-ଚିକେନ୍ ସ୍ୱାଦର ଛତୁ ପାଇପାରିବେ। କଣ ଏହାକୁ ଆପଣ ବିଶ୍ୱାସ କରି ପାରୁନାହାନ୍ତି କି? ତେବେ ଏଥିରେ ଅବିଶ୍ୱାସ କରିବାରେ କିଛି ନାହିଁ । ଶାକାହାରୀମାନଙ୍କ ପାଇଁ ଏଭଳି ସ୍ୱାଦରେ ବଜାରରେ ଛତୁ ଉପଲବ୍ଧ ହେବ। ଯାହାକୁ ନେଇ ଏବେ ଗବେଷଣା ଚାଲିଛି।

ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ମଶରୁମ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ, ଦେଶରେ ପ୍ରଥମ ଥର ପାଇଁ ଏଭଳି ଛତୁର ଗବେଷଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯାହା ମଟନ-ଚିକେନର ସ୍ବାଦ ଦେଇ ପାରିବ। ତେବେ ଯେଉଁମାନେ ଆମିଷ ଖାଉ ନାହାନ୍ତି ସେମାନଙ୍କ ପାଇଁ ଏହି ଛତୁ ଏକ ଭଲ ବିକଳ୍ପ ହେବ। ଏହି ଛତୁର ନାମ ‘ଭେଗାନମିଟ’ ରଖାଯାଇଛି। ତେବେ ଏହାକୁ ନେଇ ବୈଜ୍ଞାନିକମାନେ ଦାବି କରିଛନ୍ତି ଏଥିରେ ଚିକେନ ଏବଂ ମଟନ ଅପେକ୍ଷା ଅଧିକ ପ୍ରୋଟିନ ରହିବ। ଏହା ସହ ଏଥିରେ ଚର୍ବି ମଧ୍ୟ କମ ରହିବ।

‘ଭେଗାନମିଟ’ ଛତୁ ବିଷୟରେ ଅଧିକ ଜାଣନ୍ତୁ:-

ମାଇସେଲିୟମ ଏବଂ ଅନ୍ୟାନ୍ୟ ଜ୍ଞାନ କୌଶଳ ବ୍ୟବହାର କରି ଏହି ‘ଭେଗାନମିଟ’ ଛତୁ ପ୍ରସ୍ତୁତ କରିବାକୁ ଗବେଷଣା ଚାଲିଛି। ଏହି ଛତୁର ପ୍ରସ୍ତୁତି, ସ୍ୱାଦ, ରଙ୍ଗ ଏବଂ ଅନ୍ୟ ସମସ୍ତ ଛତୁଠାରୁ ଭିନ୍ନ ହେବ। ଅନେକ ଦେଶ ମଧ୍ୟ ଏହା ଉପରେ କାର୍ଯ୍ୟ କରୁଛନ୍ତି। ସଂପୃକ୍ତ ଦେଶମାନେ ଏହାକୁ ପ୍ରସ୍ତୁତ କରିବାର ପଦ୍ଧତି ପ୍ରକାଶ କରିନାହାନ୍ତି । ଏହି କାରଣରୁ, ଡିଏମଆର ମଧ୍ୟ ଏ ବିଷୟରେ ଅଧିକ ସୂଚନା ଅଂଶୀଦାର କରିନାହିଁ । ଛତୁ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକ୍ଟର ଭି.ପି ଶର୍ମା କହିଛନ୍ତି, ଏହା ଉପରେ ବର୍ତ୍ତମାନ ଡକ୍ଟର ବ୍ରିଜଲାଲ ଅତ୍ରୀ, ଡ.ଅନୁରାଧା ଶ୍ରୀବାସ୍ତବ କାର୍ଯ୍ୟ କରୁଛନ୍ତି। ଔଷଧୀୟ ଗୁଣରେ ଭରପୂର ଏହି ଛତୁ ଉପରେ ଡିଏମଆର ପୂର୍ବରୁ ଗବେଷଣା କରିସାରିଛି। କିନ୍ତୁ ଶାକାହାରୀ ଖାଦ୍ୟକୁ ଭଲ ପାଉଥିଲେ ମଧ୍ୟ ଏଥିରେ ଥିବା ଚର୍ବି ହେତୁ କିଛି ଲୋକେ ଏହାକୁ ଖାଇ ପାରିବେ ନାହିଁ।

Get real time updates directly on you device, subscribe now.