ITR filing deadline: ଆଜି ଶେଷ ତାରିଖ, ସମୟସୀମା ପାର୍ ହେଲେ ଏତିକି ଟଙ୍କା ଜରିମାନା

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2023-24 ପାଇଁ ଆୟକର ରିଟର୍ଣ୍ଣ (ITR) ର ଇ-ଦାଖଲ ଏପ୍ରିଲ 1 ତାରିଖରେ ଆରମ୍ଭ ହୋଇଥିଲା । ତେବେ ବିଭିନ୍ନ ବର୍ଗର ଚିକସଦାତାଙ୍କ ପାଇଁ ବୟସସୀମା ମଧ୍ୟ ଭିନ୍ନ ଭିନ୍ନ ରଖାଯାଇଥିଲା । ଆୟକର ଅଡିଟ୍ ଏବଂ ଅନ୍ କେତେକ ଟିକସଦାତାଙ୍କ ପାଇଁ FY 2023-24 ପାଇଁ ITR ଦାଖଲ କରିବାର ସମୟସୀମା ଅକ୍ଟୋବର 31 ରହିଥିଲା, କିନ୍ତୁ ପରବରର୍ତ୍ତି ସମୟରେ ଏହି ସମୟସୀମାକୁ ନଭେମ୍ବର 15 ତାରିଖକୁ ବୃଦ୍ଧି କରାଯାଇଥିଲା । ତେବେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଦ୍ବାରା ଆସାଇଇନମେଣ୍ଟ ଇୟର 2025 ବ ର୍ଷ ପାଇଁ ରିଟର୍ଣ୍ଣ ଦାଖଲ କରିବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଅଡିଟ୍ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା ।

ଏମାନଙ୍କ ପାଇଁ ନଭେମ୍ବର 15 ଶେଷ ତାରିଖ-

  • କୌଣସି କର୍ପୋରେଟ ସଂସ୍ଥା
  • ବ୍ଯକ୍ତିଗତ ଟିକସ ଦାତା
  • ଏକ ଫାର୍ମର ଯେକୌଣସି ଅଂଶୀଦାର, ଯାହାର ଆର୍ଥିକ ରେକର୍ଡଗୁଡିକ ଆୟକର ଅଧିନିୟମ କିମ୍ବା ଅନ୍ୟ କୌଣସି ପ୍ରଯୁଜ୍ୟ ନିୟମ ଅନୁଯାୟୀ ଅଡିଟ୍ ହେବା ଆବଶ୍ୟକ ।
  •  ଆୟକର ଅଡିଟ୍ ଅଧୀନରେ ଥିବା ଟିକସଦାତା ନିଶ୍ଚିତ ଭାବରେ ସେମାନଙ୍କର ଆୟକର ରିଟର୍ଣ୍ଣ (ITR) ରେ ଅଡିଟ୍ ସହିତ ଜଡିତ ନିର୍ଦ୍ଦିଷ୍ଟ ବିବରଣୀ ପ୍ରଦାନ କରିବେ, ଯେପରିକି ଅଡିଟ୍ ରିପୋର୍ଟ କିମ୍ବା ଆକ୍ନୋଲୋଜିମେଣ୍ଟ ନମ୍ବର ଦେବେ । ଏହାକୁ ନଦେଲେ ଆୟକର ରିଟର୍ଣ୍ଣ ସମ୍ପୁର୍ଣ୍ଣ ହୋଇପାରିବ ନାହିଁ ।

ଯଦି ଆୟକର ରିଟର୍ଣ୍ଣର ଅବଧି ସରିଯାଉଛି ତାହେଲେ ITR ଦାଖଲ କରିବା ପୂର୍ବରୁ ଅଡିଟ୍ ରିପୋର୍ଟ ଦାଖଲ ହେବ । ଏହା ନକଲେ ଆଇନଗତ ଉଲ୍ଲଂଘନ ହେବ କିମ୍ବା ଆଇଟିଆର ଫାଇଲରୁ ବଞ୍ଚିତ ହେବେ । ଯଦି ନଭେମ୍ବର 15 ଭିତରେ ଆୟକର ରିଟର୍ଣ୍ଣ ଫାଇଲ କରିବେ ନାହିଁ ତାହେଲେ କୋଠର ଦଣ୍ଡବିଧାନ କରାଯିବ । ଧାରା 271B ଅନୁଯାୟୀ ଜରିମାନା ସହିତ ଟ୍ୟାକ୍ସର ସୁଧ ସହିତ ଦେବାକୁ ହେବ । ତେବେ ଅବଧି ସରିଗଲେ ମଧ୍ୟ ଫାଇନ ଦେଇ ଏହାକୁ ପୂରଣ କରିବା ଉଚିତ । 2023-24 ଆର୍ଥିକ ବର୍ଷ ପାଇଁ ଟ୍ୟାକ୍ସ ଅଡିଟ୍ ରିପୋର୍ଟ ଦାଖଲ କରିବାର ଶେଷ ତାରିଖ ପ୍ରଥମେ 30 ସେପ୍ଟେମ୍ବର ରଖାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇ ଅକ୍ଟୋବର 7 କରାଯାଇଥିଲା ।

ଯଦି ଜଣେ ଟିକସଦାତା ସେମାନଙ୍କ ITR ଦାଖଲ ପାଇଁ ନଭେମ୍ବର 15, 2024 ସମୟସୀମା ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନେ ଡିସେମ୍ବର 31, 2024 ସୁଦ୍ଧା ଏକ ନିର୍ଦ୍ଦିଷ୍ଟ ରିଟର୍ଣ୍ଣ ଦାଖଲ କରିବାକୁ ବାଛି ପାରିବେ । ତଥାପି ଏହାଦ୍ୱାରା ବିଭିନ୍ନ ଦଣ୍ଡବିଧାନ ହେବ । ଧାରା 234A ଏବଂ 234B  ଅନୁସାରେ କିଛି ଟଙ୍କା ଦେବାକୁ ହେବ। ସେହିପରି ଅଡିଟ୍ ରିପୋର୍ଟ ଦେବାରେ ବିଳମ୍ବ ହେଲେ 0.5 ପ୍ରତିଶତ ଅଧିକ ଦେବାକୁ ହେବ ।