fbpx

ଗୋପନରେ ନିଜ ଶୁକ୍ରାଣୁରୁ ମହିଳାଙ୍କୁ କଲେ ଗର୍ଭବତୀ;ଏବେ ଡାକ୍ତର ଗଣିବେ ୮୦ କୋଟି ଫାଇନ୍

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ୱିତୀୟ ଇଶ୍ୱର ବୋଲି କୁହାଯାଇଥାଏ । ତେବେ ଜଣେ ଆଇଭିଏଫ୍ ଡାକ୍ତର ଏଭଳି କିଛି ଅକ୍ଷମଣୀୟ ଅପରାଧ କରିଛନ୍ତି । ନିଜ ବୀର୍ଯ୍ୟର ଉପଯୋଗ କରି ମହିଳାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ଏହି ଡାକ୍ତରଙ୍କୁ ୮୦ କୋଟି ଟଙ୍କାର ଫାଇନ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହିତ ଏହି ଡାକ୍ତରଙ୍କ ବିରୋଧରେ ଏହିପରି ୧୨ରୁ ଅଧିକ ମାମଲା ମଧ୍ୟ ରୁଜୁ କରାଯାଇଛି । ଦୀର୍ଘବର୍ଷ ଧରି ବାରୱିନ ନାମକ ଏହି ଆଇଭିଏଫ୍ ଡାକ୍ତର ଏଭଳି କୁକର୍ମ ଜାରି ରଖିଥିଲେ ।

ଡାକ୍ତରଙ୍କ ସଫଳତା ହାର ଏଭଳି ରହିଥିଲା କି ତାଙ୍କୁ କାନାଡାର ବେବି ଗଡ ଭାବରେ ନାମିତ କରାଯାଇଥିଲା । ଏହା ସହିତ ତାଙ୍କୁ ଅର୍ଡର ଅଫ୍ କାନାଡାରେ ସମ୍ମାନିତ କରାଯାଇଥିଲା । ୧୯୮୯ରେ ବାରୱିନଙ୍କ ନିକଟକୁ ଆସନ୍ତି ଡେଭିନା ଓ ଡେଭିଡ ଡିକ୍ସନ ନାମକ ଦମ୍ପତ୍ତି । ଏହି ଦମ୍ପତ୍ତି ଏକ କନ୍ୟା ସନ୍ତାନକୁ ଜନ୍ମ ଦିଅନ୍ତି । ରେବେକା ନାମ ଝିଅଟିର କୌଣସି ଗୁଣ ପିତାମାତାଙ୍କ ସହିତ ମିଶିନଥିଲା । ପରବର୍ତ୍ତୀ ସମୟରେ ରେବେକା ସେଲିଆକ ପରି ବଂଶଗତ ରୋଗରେ ଆକ୍ରାନ୍ତ ହୋଇଥିଲେ ।

ଏହି ରୋଗ ହେବା ପରେ ଡାକ୍ତରଙ୍କ ଡିଏନଏ ଟେଷ୍ଟ ପାଇଁ ଡେଭିନା ଓ ଡେଭିଡ କହିଥିଲେ । ତେବେ ଡାକ୍ତର ରାଜି ନ ହେବାରୁ ଆଉ ଜଣେ ଆଇଭିଏଫ୍ ଶିଶୁର ଡିଏନଏ ସହିତ ରେବେକାଙ୍କ ଡିଏନଏ ପରୀକ୍ଷଣ କରାଇଥିଲେ ଏହି ଦମ୍ପତ୍ତି । ଆଶ୍ଚର୍ଯ୍ୟଜନକ ଭାବରେ ଡିଏନଏ ମ୍ୟାଚ ହେବା ପରେ ଆଇନର ଆଶ୍ରୟ ନେଇଥିଲେ ଦମ୍ପତ୍ତି । ୨୫ ବର୍ଷ ବୟସରେ ରେବେକାକୁ ଜଣାପଡିଥିଲା କି ବାରୱିନ ହିଁ ତାର ଅସଲ ବାପା । କୋର୍ଟ ଏହି ମାମଲାର ବିଚାର କରି ବାରୱିନଙ୍କୁ ୮୦ କୋଟି ଟଙ୍କାର ଫାଇନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାର ରାୟ ପ୍ରକାଶ ପାଇବା ପରେ ୪ ଜଣ ମହିଳାଙ୍କୁ ଗର୍ଭବତୀ କରିବା ପାଇଁ ସେ ନିଜର ବୀର୍ଯ୍ୟ ବ୍ୟବହାର କରିଥିବା ନେଇ ବାରୱିନ ସ୍ୱୀକାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୧୪ରେ ବାରୱିନ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

Get real time updates directly on you device, subscribe now.