fbpx
BSKY SKY
BSKY SKY

ଇଡି ସାମନାରେ ହାଜର ହେଲେନି ଜାକଲିନ୍ ଫର୍ଣ୍ଣାଣ୍ଡିଜ୍, ତୃତୀୟ ଥର ଜାରି ହେଲା ସମନ

BSKY

ମୁମ୍ବାଇ: ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିିଂ ମାମଲାରେ ପ୍ରବର୍ତ୍ତନ ମନ୍ତ୍ରାଳୟ (ଇଡି) ବଲିଉଡ୍ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ତୃତୀୟ ଥର ସମନ ଜାରି କରିଛଇ । ଶନିବାର ଦିନ ସକାଳ ୧୧ ଟା ସମୟରେ ସେ ଇଡି ସାମନାରେ ହାଜର ହେବେ । ଏହା ପୂର୍ବରୁ ଇଡି ପକ୍ଷରୁ ଶୁକ୍ରବାର ଦିନ ଏହି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଡକାଯାଇଥିଲା । କିନ୍ତୁ ଜାକଲିନ୍ ଫର୍ଣ୍ଣାଣ୍ଡିଜ ପଚରାଉଚରା ପାଇଁ ହାଜର ହୋଇନଥିଲେ ।

ଇଡିର କହିବାମୁତାବକ, ତିହାଡ ଜେଲରେ କଏଦୀ ଭାବରେ ସଜ୍ଜା କାଟୁଥିବା ସୁକେଶ ଚନ୍ଦ୍ରଶେଖର ଦ୍ୱାରା ୨୦୦ କୋଟି ଟଙ୍କାର ହଡ଼ପ ମାମଲାରେ ଜାକଲିନ୍ ଙ୍କୁ ସାକ୍ଷୀ ରୂପରେ ପଚରାଉଚରା କରିବା ପାଇଁ ସମନ କରାଯାଇଛି । ତାଙ୍କ ବୟାନ ମହତ୍ତ୍ୱପୂର୍ଣ୍ଣ ବୋଲି ଇଡି କହିଛି । ତେବେ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ମାସରେ ତାଙ୍କୁ ସମନ ଜାରି କରାଯାଇଥିଲା । ହେଲେ କିଛି କାରଣ ଦେଇ ସେ ହାଜର ହୋଇନଥିଲେ । ଏହାପରେ ଦ୍ୱିତୀୟ ଥର ସମନ ଜାରି କରାଯାଇ ଅକ୍ଟୋବର ୧୫ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Get real time updates directly on you device, subscribe now.