fbpx

କଟକରେ ଏନକାଉଣ୍ଟର୍, ଦୁର୍ଦ୍ଦାନ୍ତ ଅପରାଧୀ ରାକା କାବୁ

କଟକ(ଓଡ଼ିଶା ଭାସ୍କର): କଟକରେ କମିଶନରେଟ୍ ପୋଲିସ୍ ର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧିକୁ କାବୁ କରାଯାଇଛି । ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ରାକା ଓରଫ ରାକେଶ ଦାସ ଆହତ ହୋଇଛି । ରାକେଶ ଠାରୁ ଗୋଟିଏ ବନ୍ଧୁକ ଏବଂ ୩ ରାଉଣ୍ଡ ଗୁଳି ଜବତ କରାଯାଇଛି । କମିଶନରେଟ୍ ପୋଲିସ୍ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ ଉପରକୁ ଗୁଳିମାଡ଼ କରିଥିଲା ରାକା । ଏହି ଏନକାଉଣ୍ଟରରେ ଅପରାଧୀ ରାକାର ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି । ରାକା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ଏକାଧିକ ମାମଲାରେ ସେ ସଂଶ୍ଲୀଷ୍ଟ ଥିବା ସୂଚନା ମିଳିଛି ।

 

Get real time updates directly on you device, subscribe now.