fbpx

ବାଂଲାଦେଶରେ ଇସ୍କନ୍ ମନ୍ଦିର ଉପରେ ଦଶହରା ଅବସରରେ ଆକ୍ରମଣ, ଭଙ୍ଗାରୁଜା ସହ ଅନେକ ଲୋକ ଆହତ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ଜାରି ରହିଛି । ଅନେକ ସଂଖ୍ୟାରେ ଆକ୍ରମଣକାରୀ ମାନେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଅନେକ ସମୟରୁ ଆକ୍ରମଣ ଜାରି ରଖିଛନ୍ତି । ସେଠାରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣର ଖବର ସାମନାକୁ ଆସୁଛି । ଶୁକ୍ରବାର ଦିନ ଗୋଟିଏ ଗ୍ୟାଙ୍ଗ ନୋଆଖଲି ଅଞ୍ଚଳରେ ଥିବା ଏକ ଇସ୍କନ ମନ୍ଦିର ଉପରେ ହମଲା କରିଥିଲେ । ସେଠାରେ ଏହି ଗ୍ୟାଙ୍ଗ ପଶି ଜୋରଦାର ଭଙ୍ଗାରୁଜା କରିବା ସହିତ ହିନ୍ଦୁ ଭକ୍ତ ମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏନେଇ ଇସ୍କନ ମନ୍ଦିର ପ୍ରଶାସନ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଟୁଇଟ୍ ରେ ମନ୍ଦିରର କିଛି ଫଟୋ ଦେଖିବାକୁ ମିଳିଛି । ତେବେ ସେଥିରେ ଯାହା ଦେଖିବାକୁ ମିଳିଛି ମନ୍ଦିର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି । ଗତକାଲି ଦଶହରା ଅବସରରେ ସେଠାରେ ଖୁସିର ମାହୋଲ ରହିଥିବା ବେଳେ ହିନ୍ଦୁ ବିରୋଧୀ ମାନେ ହଠାତ୍ ମନ୍ଦିର ଭିତରକୁ ପଶି ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ । ଫଳରେ ଅନେକ ସଂଖ୍ୟାରେ ଭକ୍ତ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସୀନା ହମଲ କରିଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି ।

ଇସ୍କନ ମନ୍ଦିର ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ଇସ୍କନ ମନ୍ଦିର ଓ ଭକ୍ତ ମାନଙ୍କ ଉପରେ ନୋଆଖଲୀ ଠାରେ ବାଂଲାଦେଶର କିଛି ହିଂସକ ଲୋକ ହମଲା କରିଥିଲେ । ଯାହାଫଳରେ ମନ୍ଦିରକୁ ଖୁବ୍ କ୍ଷତି ସହିବାକୁ ପଡ଼ିଛି । ସ୍ଥିତି ବର୍ତ୍ତମାନ ସୁଦ୍ଧା ଗମ୍ଭୀର ରହିଛି । ଶ୍ରଦ୍ଧାଳୁ ମାନଙ୍କ ସ୍ଥିତି ମଧ୍ୟ ବିଗିଡ଼ି ଯାଇଛି । ସେମାନଙ୍କର ଏବେ ଚିକିତ୍ସା ଚାଲିଛି । ଆମେ ବାଂଲାଦେଶର ସରକାରଙ୍କୁ ସବୁ ହିନ୍ଦୁ ମାନଙ୍କ ସୁରକ୍ଷା ଓ ଅପରାଧି ମାନଙ୍କୁ ନ୍ୟାୟ ଦେବା ନେଇ ଆହ୍ୱାନ କରୁଛୁ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ବାଂଲାଦେଶରେ ଦୁର୍ଗା ପୂଜା ପେଣ୍ଡାଲ୍ ଏବଂ ମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି ।

ଗୁରୁବାର ଦିନ ହବିଗଞ୍ଜ ଜିଲ୍ଲା ରେ ମା’ ଦୁର୍ଗାଙ୍କ ପୂଜା ସ୍ଥଳରେ ମଦ୍ରାସା ଛାତ୍ରଛାତ୍ରୀ ଏବଂ ହିନ୍ଦୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁବ୍ ଜୋରରେ ସଂଘର୍ଷ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଜଣେ ପୋଲିସ୍ କର୍ମୀଙ୍କ ସମେତ ୨୦ ଜଣ ଆହତ ହୋଇଥିଲେ ।

Get real time updates directly on you device, subscribe now.