fbpx

ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ । ତେବେ ଏନେଇ ଦ୍ରାବିଡ଼ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ସେ ଏହି ପଦରେ ୨ ବର୍ଷ ପାଇଁ ଅର୍ଥାତ ୨୦୨୩ ପର୍ଯ୍ୟନ୍ତ ରହିବେ । ଏଥିପାଇଁ ତାଙ୍କୁ ଦରମା ଆକାରରେ ୧୦ କୋଟି ଟଙ୍କା ମିଳିବ ବୋଲି ଜଣାପଡ଼ିଛି । ତେବେ ୨୦୨୩ ପର୍ଯ୍ୟନ୍ତ ପରସ ମହାମ୍ବରେ ବୋଲିଂ କୋଚ ଭାବେ ନିଯୁକ୍ତି ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ ଥିବା ରବି ଶାସ୍ତ୍ରୀଙ୍କ ପରେ ଦ୍ରାବିଡ଼ ଏହି ପଦ ଗ୍ରହଣ କରିବେ ।

ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଫାଇନାଲ ଅବସରରେ ଦ୍ରାବିଡ଼ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ୟୁଏଇରେ ହେବାକୁ ଥିବା ଟି-୨୦ ବିଶ୍ୱପରେ ପରେ ସେ ଏହି ପଦ ଗ୍ରହଣ କରିବେ । ତେବେ ଏନେଇ ଦୁବାଇଠାରେ ବିସିସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲି ଓ ସେକ୍ରେଟାରୀ ଜୟ ଶାହ ଦ୍ରାବିଡ଼ଙ୍କ ସହ ଏକ ବୈଠକ କରିଥିଲେ । ତେବେ ବର୍ତ୍ତମାନ ଏନସିଏର ମୁଖ୍ୟ ରହିଥିବା ଦ୍ରାବିଡ଼ ଖୁବଶୀଘ୍ର ଏହି ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି । ‘ଦି ୱାଲ’ ଭାବେ ପରିଚିତ ରାହୁଲ ଦ୍ରାବିଡ଼ ଟିମ ଇଣ୍ଡିଆର କୋଚ ଦାୟିତ୍ୱ ନେଲେ ଦଳର ବହୁ ଉନ୍ନତି ହୋଇପାରିବ ବୋଲି କ୍ରୀଡ଼ାପ୍ରେମୀ ମାନେ ଆଶା ରଖିଛନ୍ତି ।

Get real time updates directly on you device, subscribe now.