fbpx

ଚକଲେଟ୍ ବାହାନାରେ ନେଇ ୩ ବର୍ଷର ନୀରିହ ଶିଶୁ ସହ ଦୁଷ୍କର୍ମ କଲା ପଡ଼ୋଶୀ ଘର ଯୁବକ

ଫତେହପୁର: ଉତ୍ତରପ୍ରଦେଶର ଫତେହପୁରରୁ ଏକ ହୃଦୟଥରା ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ତିନି ବର୍ଷର ନୀରିହ ଶିଶୁ ସହିତ ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ଯୁବକ ଦୁଷ୍କର୍ମ କରିଛି । ଯାହାପରେ ଶିଶୁଟିର ମୃତ୍ୟୁ ହୋଇଯାଇଛି । ପୋଲିସ୍ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିସାରିଛି । ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଛୋଟ ଝିଅଟି ଘରେ ଏକୁଟିଆ ଥିଲା ।

ସୂଚନା ଅନୁସାରେ, ଝିଅଟିର ପରିବାର ଲୋକେ ମୂର୍ତ୍ତି ବିସର୍ଜନ କରିବା ପାଇଁ ନୈବସ୍ତା ଯାଇଥିଲେ । ଏହି ସମୟରେ ଝିଅଟି ଘରେ ଏକୁଟିଆ ଥିଲା । ଏତିକି ବେଳେ ପଡୋଶୀରେ ରହୁଥିବା ଯୁବକ ଦିନେଶ ପାସୱାନ୍ ଝିଅଟିକୁ ଚକଲେଟ୍ ଦେବା ବାହାନାରେ ରୁମ୍ କୁ ଡାକିନେଇଥିଲା ଓ ଝିଅଟି ସହିତ ଦୁଷ୍କର୍ମ କରିଥିଲା । ଯାହାପରେ ଛୋଟ ଝିଅଟିର ମୃତ୍ୟୁ ହୋଇଗଲା । ଅଭିଯୁକ୍ତ ଜଣକ ଦୁଷ୍କର୍ମ ପରେ ଝିଅଟିର ମୃତ ଦେହକୁ କପଡ଼ାରେ ଗୁଡ଼ାଇ ଲୁଚାଇ ଦେଇଥିଲା ।

ଏହାପରେ ଯେତେବେଳେ ପୀଡ଼ିତାଙ୍କ ପରିବାର ଲୋକ ଘରକୁ ଫେରିଥିଲେ ଓ ଝିଅକୁ ଖୋଜିବା ଆରମ୍ଭ କରିଦେଇଥିଲେ । କିନ୍ତୁ ଝିଅକୁ ନପାଇବାରୁ ପୋଲିସ୍ ଷ୍ଟେସନ୍ ରେ ଅଭିଯୋଗ କରିଥିଲେ । ପୋଲିସ୍ ମାମଲା ତଦନ୍ତ ଆରମ୍ଭ କରିବାକୁ ଯାଇ ପଡ଼ୋଶୀ ଘର ଯୁବକକୁ ପଚରାଉଚରା କରିଥିଲା । ଯୁବକ ଜଣକ ଓଲଟା ପାଲଯା ଜବାବ ଦେବାରୁ ପୋଲିସ୍ କୁ ସନ୍ଦେହ ହୋଇଥିଲା । ତେଣୁ ଯୁବକଙ୍କ ଘରେ ଯାଇ ଖୋଜାଖୋଜି କରିଥିଲା ପୋଲିସ୍ । ଏହାପରେ କପଡ଼ାରେ ଗୁଡ଼ାଯାଇଥିବା ଛୋଟ ଝିଅର ମୃତ ଦେହ ମିଳିଥିଲା । ଏହାପରେ ଅଭିଯୁକ୍ତ କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.