fbpx

ଗ୍ରେନେଡ୍ ବିସ୍ଫୋରଣ: ୬ ସିଆରପିଏଫ୍ ଯବାନ ଆହତ

ନୂଆଦିଲ୍ଲୀ: ରାୟପୁରଠାରେ ଏକ ରେଲୱେ ଷ୍ଟେସନରେ ଏକ ଗ୍ରେନେଡ୍ ବିସ୍ଫୋରଣରେ ୬ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଯାତ୍ରୀମାନେ କୋଚ ଭିତରେ ଛିଡ଼ା ହୋଇଥିବା ବେଳେ ଆଜି ସକାଳୁ ଏହି ଘଟଣା ଘଟିଥିଲା । ଖବର ପାଇ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରୁଛନ୍ତି । ତେବେ ଯବାନଙ୍କ ଗେନେଡ୍ ଯୋଗୁଁ ବିସ୍ଫୋରଣ ଘଟିଥିବା କୁହାଯାଉଛି ।

ଜଣାପଡ଼ିଛି ଯେ, ସିଆରପିଏଫର ୨୧୧ ବାଟାଲିୟନର ଯବାନମାନେ ସ୍ୱତନ୍ତ୍ର ଟ୍ରେନରେ ଜମ୍ମୁ ଯାଉଥିଲେ । ଏହି ସମୟରେ ଟ୍ରେନର ବଗି ମଧ୍ୟରେ ବାକ୍ସରେ ରଖାଯାଇଥିବା ଗ୍ରେନେଡ୍ ବ୍ଲାଷ୍ଟ ହୋଇଯାଇଥିଲା । ଏହି ବିସ୍ଫୋରଣରେ ଗୁରୁତର ହୋଇଥିବା ସିଆରପିଏଫର ଜଣେ ହାବିଲଦାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସକାଳ ୬ଟା ସମୟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏହାପୂର୍ବରୁ ଗତ ଜୁନ ୧୭ରେ ସିକନ୍ଦରାବାଦରୁ ଦରଭଙ୍ଗା ଯାଉଥିବା ଏକ୍ସପ୍ରେସରେ ଏକ ବିସ୍ଫୋରଣ ଘଟିଥିଲା ।

 

Get real time updates directly on you device, subscribe now.