fbpx
BJD SKY
BJD SKY

ଓଡ଼ିଶାର ଏହି ଦୁଇଟି ସହର ମଧ୍ୟକୁ ମାଡ଼ି ଆସିବ ସମୁଦ୍ର, ପ୍ରଭାବିତ ହେବେ ଲକ୍ଷ ଲକ୍ଷ ଲୋକ: ଅନ୍ତର୍ଜାତୀୟ ସଂସ୍ଥାର ଗବେଷଣା ରିପୋର୍ଟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୫୦ ମସିହା ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ କିଛି ଜିଲ୍ଲା ସମୁଦ୍ରରେ ଲୀନ ହୋଇଯାଇପାରେ । ବିଶ୍ୱ ପାଣିପାଗ ପରିବର୍ତ୍ତନ ଉପରେ ପ୍ରକାଶ ପାଇଥିବା ଏକ ଅନ୍ତର୍ଜାତୀୟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ତେବେ ଭାରତ ସମେତ ୭ଟି ଦେଶର ଉପକୂଳବର୍ତ୍ତୀ ସହର ସବୁ ସମୁଦ୍ରରେ ବୁଡ଼ିଯିବ । ତେବେ ରାଜ୍ୟର ପୁରୀ, ପାରାଦୀପ ଭଳି ସହର ଏହି ଦୁର୍ଦ୍ଦଶା ଭୋଗିବାର ଆଶଙ୍କା ରହିଛି ।

ରିପୋର୍ଟରୁ ଜଣାପଡ଼ିଛି ଯେ, ବିଶ୍ୱରେ ସମୟାନୁସାରେ ବଦଳୁଥିବା ପାଣିପାଗ ଯୋଗୁଁ ସମୁଦ୍ର ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସିବାର ଆଶଙ୍କା ରହିଛି । ତେବେ ବିଶ୍ୱ ତାପମାତ୍ରା ବୃଦ୍ଧି ସହ ବରଫ ତରଳୁଛି ଓ ସମୁଦ୍ର ପତନ ବଢ଼ୁଛି । ନାସାର ସାଟେଲାଇଟ ଚିତ୍ରରୁ ସମୁଦ୍ର ସ୍ଥଳ ଭାଗ ଆଡ଼କୁ ବଢ଼ୁଥିବା ସ୍ପଷ୍ଟ ହୋଇଛି । ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ୱରେ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକର ସୁରକ୍ଷା ପାଇଁ ସତର୍କତାମୂକଳ ପଦକ୍ଷେପ ନେବାକୁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ତେବେ ମୁମ୍ବାଇ, ସୁରତ, ପୋରବନ୍ଦର, ପଶ୍ଚିମବଙ୍ଗ ଓ ଚେନ୍ନାଇ ସହର ପ୍ରତି ମଧ୍ୟ ଭୟ ରହିଥିବା ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.