fbpx
BJD SKY
BJD SKY

ମନୀଷ ମୃତ୍ୟୁ ଘଟଣା: ପ୍ରମାଣ ପାଇଲା ପୋଲିସ୍, ୩ ଗିରଫ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ପ୍ରମାଣ ପାଇଛି ପୋଲିସ୍ । ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଇଛି କମିଶନରେଟ୍ ପୋଲିସ୍ । ଏନେଇ ପ୍ରେସମିଟରେ ବିସ୍ତୃତ ସୂଚନା ଦେବେ ଭୁବନେଶ୍ୱର ଡିସିପି । ସୁତ୍ର ଅନୁସାରେ, ମନୀଷ ଆତ୍ମହତ୍ୟା କରିନାହାନ୍ତି । ହତ୍ୟାକାଣ୍ଡରେ ମନୀଷଙ୍କ ତିନିଜଣ ସାଙ୍ଗ ସାମିଲ ରହିଛନ୍ତି । ଏହି ମାମଲାରେ ଗିରଫ କରିଯାଇଥିବା ତିନି ଜଣ ଅଭିଯୁକ୍ତ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ, ମୃତ୍ୟୁଞ୍ଜୟ । ଏମାନେ ହେଉଛନ୍ତି ମନୀଷଙ୍କ ସାଙ୍ଗ । ହତ୍ୟା କରିବା ଓ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ପୋଲିସ୍ ଏହି ତିନିଜଣଙ୍କୁ ଗିରଫ କରିଛି । ପ୍ରମାଣ ମିଳିବା ପରେ ଏମାନଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି ।

Get real time updates directly on you device, subscribe now.