fbpx

ମନି ଲଣ୍ଡରିଂ ମାମଲାରେ କୋର୍ଟରେ ହାଜର ହେବେ ଜ୍ୟାକଲିନ; ଜାମିନ ନେଇ ହେବ ଶୁଣାଣି

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଫସି ଯାଇଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଏହା ମାମାଲାକୁ ନେଇ ଆଜି ସେ ଦିଲ୍ଲୀ କୋର୍ଟରେ ହାଜର ହୋଇଛନ୍ତି । ତେବେ ନିୟମିତ ଜାମିନ ନେଇ ଦିଲ୍ଲୀ ପଟିଆଲା କୋର୍ଟ ଏହାର ରାୟ ଶୁଣାଇବେ । ଗତ ସପ୍ତାହରେ ଅର୍ଥାତ ୧୦ ନଭେମ୍ବରରେ ଅଭିନେତ୍ରୀ ଜ୍ୟାକଲିନଙ୍କ ଅନ୍ତରିଣ ଜାମିନ ଆବେଦନର ଶୁଣାଣି କରି କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ୧୫ ତାରିଖକୁ ଧାର୍ଯ୍ୟ କରିଥିଲେ । ଅନ୍ୟପକ୍ଷରେ, ଆଜି ଅଭିନେତ୍ରୀଙ୍କ ରେଗୁଲାର ଜାମିନ ଉପରେ କୋର୍ଟ ଏହାର ରାୟ ପ୍ରଦାନ କରିବେ ।

ସୂଚନା ମୁତାବକ ନଭେମ୍ବର ୧ଠ ତାରିଖରେ ଜ୍ୟାକଲିନଙ୍କ ଅନ୍ତରିଣ ଜାମିନ ଶୁଣାଣି ସମୟରେ ଇଡି ଅଭିନେତ୍ରୀଙ୍କ ଜାମିନକୁ ବିରୋଧ କରିଥିଲେ । ସେ କହିଥିଲେ ଯେ ଜାମିନ ମଞ୍ଜୁର ହେବା ପରେ ଅଭିନେତ୍ରୀ ତାଙ୍କ ପ୍ରମାଣକୁ ବଦଳାଇ ବିଦେଶକୁ ଯାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଇଡିଙ୍କ ଏହି ଯୁକ୍ତି ଉପରେ ଜ୍ୟାକଲିନଙ୍କ ଓକିଲ ଉଚିତ୍ ଜବାବ ଦେଇ କହିଥିଲେ ଯେ,ଦେଶ ଛାଡି ପଳାଇବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିସହିତ ଏହି ଘଟଣାରେ ସେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ଅଭିନେତ୍ରୀ ନିଜେ କହିଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳୁଛି କି ଜ୍ୟାକଲିନ ନିଜେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଉଭୟ ପକ୍ଷର କଥାକୁ ଶୁଣିବା ପରେ ଦିଲ୍ଲୀ ପଟିଆଲା କୋର୍ଟ ଜ୍ୟାକଲିନଙ୍କୁ ଅନ୍ତରିଣ ଜାମିନ ପ୍ରଦାନ କରିଥିଲେ ।

ତେବେ ଜାମିନ ପରେ ଇଡି ତାଙ୍କୁ ବାରମ୍ବାର ହଇରାଣ କରୁଥିବା ଅଭିନେତ୍ରୀଙ୍କ ତରଫରୁ ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷେ ଅଭିନେତ୍ରୀଙ୍କ ନିକଟକୁ ଲୁକଆଉଟ୍ ନୋଟିସ୍ ପଠାଯିବା ପରେ କାହିଁକି ତାଙ୍କୁ ଗିରଫ କରାଯାଇନଥିଲା ବୋଲି କୋର୍ଟ ଇଡିଙ୍କୁ ପ୍ରଶ୍ନ କରିଥିଲେ । ଏତତ ବ୍ୟତୀତ କୋର୍ଟ ଏହା ମଧ୍ୟ ପଚାରିଛନ୍ତି ଯେ ଏହି ମାମଲାରେ ତଦନ୍ତ କେଉଁଠାରେ ପହଞ୍ଚିଛି?

Get real time updates directly on you device, subscribe now.