ଜାଡ଼େଜା, ଗାଏକୱାଡ ଛାଡିବେ CSK, ସଞ୍ଜୁ ଆସିବେ! ଚର୍ଚ୍ଚାରେ ଆଇପିଏଲର ସାମସନ ଟ୍ରେଡ…
ଟ୍ରେଡିଂରେ ରାଜସ୍ଥାନ ରୟାଲ୍ସ ସାମସନଙ୍କ ବଦଳରେ ୨ଜଣ ଖେଳାଳି ଚାହୁଁଛି ।
ଓଡିଶା ଭାସ୍କର: ଦୁର୍ଦ୍ଦଶ କ୍ରିକେଟର ତଥା ୱିକେଟରକ୍ଷକ ସଞ୍ଜୁ ସାମସନ ଏବେ ଚର୍ଚ୍ଚାରେ । ଲୋକପ୍ରିୟ ଆଇପିଏଲ ଷ୍ଟାର୍ ହେଉଚନ୍ତି ସଞ୍ଜୁ ସାମସନ । ସେ ଆଗାମୀ ଆଇପିଏଲ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଛାଡ଼ିବା ନିଶ୍ଚିତ ହୋଇଯାଇଛି ।
ଏହି ଘଟଣା ଉପରେ ଉଭୟ ପକ୍ଷ ନିରବ ରହିଥିଲେ ହେଁ ରାଜସ୍ଥାନ ରୟାଲ୍ସ ଟ୍ରେଡ୍ ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍ ସହ ଯୋଗାଯୋଗ ଚଳାଇଛି । ସାମସନଙ୍କୁ ନେବା ପାଇଁ ମଧ୍ୟ ଅନେକ ଫ୍ରାଞ୍ଚାଇଜ୍ ପ୍ରୟାସ ଚଳାଇଛନ୍ତି ।
ଚେନ୍ନାଇ ସୁପରକିଙ୍ଗସ ସାମସନଙ୍କୁ ନେବା ପାଇଁ ଆଗ୍ରହୀ ଥିଲେ ହେଁ ରାଜସ୍ଥାନ ରୟାଲ୍ସର ସର୍ତ୍ତରେ ରାଜି ହେଉ ନାହିଁ । ଟ୍ରେଡିଂରେ ରାଜସ୍ଥାନ ରୟାଲ୍ସ ସାମସନଙ୍କ ବଦଳରେ ୨ଜଣ ଖେଳାଳି ଚାହୁଁଛି । ପ୍ରଥମ ଖେଳାଳି ଭାବେ ରବିନ୍ଦ୍ର ଜାଡ଼େଜା ଓ ଦ୍ୱିତୀୟ ଖେଳାଳି ଭାବେ ଋତୁରାଜ ଗାଏକୱାଡ୍ ଓ ଶିବମ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିଛି ରାଜସ୍ଥାନ ରୟାଲ୍ସ । ଏହି ୩ଜଣ ଯାକ ଖେଳାଳି ସୁପରକିଙ୍ଗସର ମେରୁଦଣ୍ଡ । ଦୁବେ ପୂର୍ବରୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ସାରିଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ ସୁପରକିଙ୍ଗସ କୌଣସି ଖେଳାଳିଙ୍କୁ ଛାଡ଼ିବାକୁ ଚାହୁଁନାହିଁ । ସୂଚନାଯୋଗ୍ୟ, ଆଗାମୀ ସିଜନ ପୂର୍ବରୁ ତାଙ୍କୁ ଟ୍ରେଡ୍ କିମ୍ବା ରିଲିଜ କରିବା ପାଇଁ ସାମସନ ଗତ ୧୩ ତାରିଖରେ ରାଜସ୍ଥାନ ରୟାଲ୍ସକୁ ଅନୁରୋଧ କରିଥିଲେ । ଏହି ଘଟଣା ପ୍ରକାଶ ପାଇବା ପରେ ଉଭୟ ପକ୍ଷ ମଧ୍ୟରେ ଅନେକ ଘଟଣାକୁ ନେଇ ମତ ପାର୍ଥକ୍ୟ ରହିଥିବା ସ୍ପଷ୍ଟ ହୋଇଥିଲା । ବିଶେଷ କରି ଗତ ମେଗା ନିଲାମପୂର୍ବରୁ ଜୋସ ବଟଲରଙ୍କୁ ରିଲିଜ କରିବାର ନିଷ୍ପତ୍ତିକୁ ସାମସନ ବିରୋଧ କରିଥିଲେ ।
ପଢନ୍ତୁ ଅଧିକ ଖବର…ଅର୍ଜୁନଙ୍କ ତୀକ୍ଷ୍ଣ ତୀରରେ ଘାଇଲା ହୋଇଥିବା ସୁନ୍ଦରୀ ସାନିଆ କିଏ ? ଜାଣନ୍ତୁ ଡିଟେଲ୍ସ….
ମାତ୍ର ଫ୍ରାଞ୍ଚାଇଜ୍ ତାଙ୍କ କଥା ରଖି ନଥିଲା । ନିକଟରେ ସାମସନ ଏକ ପୋଡକାଷ୍ଟ ଅବସରରେ ଏହି ଘଟଣା ପ୍ରକାଶ କରିଥିଲେ । ଏପରିକି ଇଂଲଣ୍ଡ ବିପକ୍ଷ ଗତ ଘରୋଇ ସୀମିତ ଓଭର ସିରିଜ ସମୟରେ ସେ ବଟଲରଙ୍କୁ ସାକ୍ଷାତ କରି ଏ ବିଷୟରେ ଜଣାଇଥିଲେ । ମେଗା ନିଲାମରେ ଗୁଜରାଟ ଟାଇଟନ୍ସ ୧୫.୭୫ କୋଟି ଟଙ୍କାରେ ବଟଲରଙ୍କୁ କିଣିଥିଲା । ସେ ଦଳ ପକ୍ଷରୁ ୫୩୮ ରନ ସଂଗ୍ରହ କରିଥିଲେ ।