fbpx
BJD SKY
BJD SKY

ଦ୍ୱିଶତକରୁ ବଞ୍ଚିତ ଜାଡେଜା: ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଭାରତୀୟ କୋଚ୍ ଦ୍ରାବିଡ

BJD

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ଦ୍ୱଶତକରୁ ବଞ୍ଚିତ ହେବା ପରେ ଫ୍ୟାନଙ୍କ ରୋଶର ଶିକାର ହୋଇଛନ୍ତି ରାହୁଲ ଦ୍ରାବିଡ । ଜାଡେଜା ୧୭୫ ରନରେ ବ୍ୟାଟିଂ କରୁଥିବା ବେଳେ ଭାରତୀୟ ଦଳ ପକ୍ଷରୁ ଇନିଂସ ଘୋଷଣା କରାଯାଇଥିଲା । ଟେଷ୍ଟ କ୍ରିକେଟରେ ନିଜର ଦ୍ୱିତୀୟ ଶତକ ହାସଲ କରିଥିବା ଜାଡେଜା ୨୨୮ ବଲ୍ ଖେଳି ୧୭ଟି ଚୌକା ଓ ୩ଟି ଛକା ମାରିଥିଲେ । ଜାଡେଜା ଦ୍ୱିଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ଭାରତୀୟ ଦଳ ପକ୍ଷରୁ ପାଳି ଘୋଷଣା କରାଯାଇଥିଲା । ଏହି ନିଷ୍ପତ୍ତି ପରେ ଭାରତୀୟ କ୍ରିକେଟ ଫ୍ୟାନ ମାନେ ଅଧିନାୟକ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ଏହା ସହିତ ଫ୍ୟାନ ମାନେ ଏହାକୁ ୨୦୦୪ ମସିହାର ସଚିନ୍-ଦ୍ରାବିଡ ଘଟଣା ସହିତ ତୁଳନା କରିଥିଲେ । ୨୦୦୪ ମସିହାରେ ପାକିସ୍ତାନ ବିପକ୍ଷ ମୁକାବିଲାରେ ତେନ୍ଦୁଲକର ୧୯୪ ରନରେ ବ୍ୟାଟିଂ କରୁଥିଲେ । ସେ ସମୟରେ ଅଧିନାୟକ ଥିବା ରାହୁଲ ଦ୍ରାବିଡ ପାଳି ଘୋଷଣା କରି ଦେଇଥିଲେ । ତେବେ ସେ ସମୟର ଅଧିନାୟକ ତଥା ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡଙ୍କୁ ଏହି ଘଟଣା ପାଇଁ ଦୋଷ ଦେଇଥିଲେ ଫ୍ୟାନ୍ । ଦ୍ରାବିଡଙ୍କୁ ଭିଲିଆନ୍ ସଜାଇବା ସହିତ ଫ୍ୟାନ ମାନେ ଟ୍ରୋଲ କରିଥିଲେ ।

Get real time updates directly on you device, subscribe now.