ପୁରୀ: ଦୀଘାରେ ଜଗନ୍ନାଥ ମନ୍ଦିର ହେବା ପରେ ଗୋଟିଏ ପରେ ଗୋଟିଏ ବିବାଦ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଦୀଘା ମନ୍ଦିରରେ ଦାରୁ କେମିତି ପହଞ୍ଚିଲା ତାକୁ ନେଇ ବିବାଦ ଘନେଇଥିବାବେଳେ ଜଗନ୍ନାଥ ଧାମ କୁହାଯିବା ନେଇ ମଧ୍ୟ ଆଉ ଏକ ବିବାଦ ଆସି ପହଞ୍ଚିଛି ।
ଜଗନ୍ନାଥ ମନ୍ଦିରରେ କୌଣସି ଅସୁବିଧା ନାହିଁ, ହେଲେ ଜଗନ୍ନାଥ ଧାମ କୁହାଯିବାରେ ଅରାଜି ପୋଷଣ କରି ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ପୁରୀ ଗଜପତିଙ୍କୁ ଚିଠି ଲେଖିଛନ୍ତି ।
ଏକ୍ସରେ ସୁଦର୍ଶନ କ୍ଷମା ମାଗିବାକୁ କହିଥିବା ଜୁହାଯାଉଛି । ପୁରୀ ଥାଉ ଥାଉ ଦୀଘା ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ । ପଡ଼ୋଶୀ ରାଜ୍ୟରେ ଏପରି କରାଯିବା ଭୁଲ୍ ।
ଦାରୁ ପ୍ରସଙ୍ଗରେ ମଧ୍ୟାହ୍ନରେ ପୁରୀ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ଯାଉଛି । ଆଲୋଚନା ଓ ଚାଞ୍ଚ ପରେ ଦାରୁ ବିବାଦରୁ ପର୍ଦା ହଟିବ ବୋଲି କହିଛନ୍ତି. ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।