fbpx
BSKY
BJD SHG SKY
BJD YOUTH SKY

ହଜିଗଲା ଶ୍ରୀମନ୍ଦିର ଫାଇଲ! ହଜିଯାଇଥିବା ଫାଇଲ୍‌କୁ ପ୍ରାଥମିକତା ଭିତ୍ତିରେ ଖୋଜିବାକୁ ସମସ୍ତ ବିଭାଗକୁ ଚିଠି

ଭୁବନେଶ୍ୱର: ବିପଦରେ ମହାବାହୁଙ୍କ ଶ୍ରୀମନ୍ଦିର ସମ୍ପତ୍ତି । ଆଗରୁ ରତ୍ନ ଭଣ୍ଡାର ଚାବି ହଜିଥିଲା ଏବେ ଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ ହଜାଇଦେଲେ । ଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ୍ ହଜିଯାଇଥିବା ସୂଚନା ମିଳିଛି । ଆଇନ୍ ବିଭାଗ ନିକଟରୁ ଏହି ଫାଇଲ ହଜିଥିବା ଜଣାପଡିଛି । ଏବେ ହଜିଯାଇଥିବା ଫାଇଲ୍‌କୁ ଖୋଜିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି କରାଯାଇଛି ।

ଆଗକୁ ଏହି ଫାଇଲ ହାଇକୋର୍ଟରେ ଦାଖଲ ହେବାକୁ ଥିବାରୁ ଏବେ ଅକଳରେ ପଡ଼ିଛି ଆଇନ୍ ବିଭାଗ । ତେଣୁ ହଜିଯାଇଥିବା ଫାଇଲ୍‌କୁ ଖୋଯିବାକୁ ଚିଠି କରିଛନ୍ତି ଅଇନ୍ ସଚିବ । ସମସ୍ତ ବିଭାଗ ଆଗ୍ରାଧିକାର ଭିତ୍ତିରେ ଏହି ଫାଇଲ୍ ଖୋଯିବାକୁ ଚିଠିରେ କୁହାଯାଇଛି । ତେବ ଯଦି ଫାଇଲ୍ ନମିଳେ ତୁରନ୍ତ ଜଣାଇବାକୁ କୁହାଯାଇଛି ।

Get real time updates directly on you device, subscribe now.