ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ: ବିଜେଡି ସଦସ୍ୟଙ୍କୁ ପାଣ୍ଡିଆନଙ୍କ ନାଁ ନେଇ ଟାର୍ଗେଟ କଲେ ଜୟ ନାରାୟଣ

ଭୁବନେଶ୍ୱର: ବିଧାନସଭାରେ ବିଜେଡି କର୍ମୀ ଓ ବିଜେପି ସଦସ୍ୟ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ବିଜେପିର ବରିଷ୍ଠ ସଦସ୍ୟ ଜୟନାରାୟଣ ମିଶ୍ର ମୁଖ୍ୟ ବିରୋଧୀ ଦଳ ବିଜେଡ଼ି ସଦସ୍ୟ ମାନଙ୍କୁ ପାଣ୍ଡିଆନଙ୍କ ନାଁ ନେଇ ଟାର୍ଗେଟ କରିଥିଲେ । କୃଷୀ ଓ କୃଷକଙ୍କ ପ୍ରସଙ୍ଗ ନେଇ ଦୁଇଦିନ ହେବ ଗୃହ ସଠିକ ଭାବେ ଚାଲି ପାରୁନାହିଁ । କୃଷୀ ଓ କୃଷକଙ୍କ ପ୍ରସଙ୍ଗ ରେ ସରକାରୀ ଦଳ ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ବିରୋଧୀ ଯୋଜନା ବଦ୍ଧ ଭାବେ ହୋହାଲ୍ଲା କରି ଗୃହକୁ ସୁରୁଖୁରୁରେ ଚଳାଇ ଦେଉନାହାନ୍ତି ।

ଜୟନାରାୟଣ ମିଶ୍ର କହିଛନ୍ତି ଯେ, ବିଧାନସଭା ଲବିରେ ବସି ଯେତେବେଳେ ଜଣେ ବିଜେଡ଼ି ବିଧାୟକଙ୍କ ସହ କଥା ହେଉଥିଲେ, ସେବେ ବିଜେଡ଼ି ସଦସ୍ୟ ତାଙ୍କୁ କହିଥିଲେ ଯେ କୃଷୀ ଓ କୃଷକଙ୍କ ପ୍ରସଙ୍ଗରେ ଆଲୋଚନା ନ କରିବାକୁ ପଣ୍ଡିଆନଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଆମେ ହୋହାଲ୍ଲା କରୁଛୁ ।’

ଏହା ସହ ବିଜେଡି ସଦସ୍ୟଙ୍କୁ ଟାର୍ଗେଟ କରି ଜୟ ନାରାୟଣ କହିଛନ୍ତି କି, ଚୌକି ବୁହା, ଟେଣ୍ଡ ବୁହା ଲୋକ ଏହି ବିଧାନସଭା କୁ ଆସିଛନ୍ତି । କେଉଁ ହିସାବରେ ଏହି ଗୃହର ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ଗୃହ ର ମୂଲ୍ୟବାନ ସମୟ ନଷ୍ଟ କରୁଥିବାରୁ ବିରୋଧୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ବିିରୋଧୀଙ୍କ ପ୍ରତିବାଦ:
ଜୟନାରାୟଣ ପାଣ୍ଡିଆନଙ୍କ ନାଁ ଧରୁ ଧରୁ ବିରୋଧୀ ବିଜେଡ଼ିର ସଦସ୍ୟମାନେ ଏକ ସ୍ୱରରେ ପ୍ରତିବାଦ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜୟନାରାୟଣ ମିଶ୍ରଙ୍କୁ ଜବାଜ୍ ଦେଇ କହିଥିଲେ ଯେ, ଯିଏ ଗୃହର ସଦସ୍ୟ ନୁହନ୍ତି ତାଙ୍କ ବିଷୟରେ ବରିଷ୍ଠ ସଦସ୍ୟ ପବିତ୍ର ଗୃହରେ ଉଠାଉଛନ୍ତି । ପ୍ରମାଣ ଦିଅନ୍ତୁ କେଉଁ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ପାଣ୍ଡିଆନ ନିର୍ଦ୍ଦେଶ ରେ କାର୍ଯ୍ୟ ହେଉଛି ବୋଲି କହିଛନ୍ତି । ଅଧ ଘଣ୍ଟାରେ ଚାଷୀ ମାନଙ୍କ କଥା ସମାଧାନ ହୁଏନି ।’

ତେବେ ବାଚସ୍ପତି ସମୟ ଦେଉନାହାନ୍ତି ବୋଲି ବିରୋଧୀ ବିଜେଡ଼ି ପ୍ରତିବାଦ କରିଥିଲେ । ଜୟନାରାୟଣ ମିଶ୍ର ଉତ୍ତର ଦିଅନ୍ତୁ କେଉଁ ବିଧାୟକ କହିଛନ୍ତି ଯଦି ପ୍ରମାଣ ଦେଇପାରିବେନି ତେବେ ଗୃହରେ ଯିଏ ସଦସ୍ୟ ନାହାନ୍ତି (ପାଣ୍ଡିଆନ) ତାଙ୍କ କଥା ରେକର୍ଡ ରୁ ହଟାଯାଉ ବୋଲି ପ୍ରମିଳା କହିଥିଲେ ।