fbpx
BJD SKY
BJD SKY

ସବୁଠି ଜୟ ଶ୍ରୀରାମ… ଅଷ୍ଟ୍ରେଲିଆ କ୍ରିକେଟର ଡାଭିଡ ୱାର୍ଣ୍ଣରଙ୍କ ମୁହଁରେ ରାମନାମ

BJD

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାର ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ବାଲ୍ୟ ବିଗ୍ରହ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିପାଇଁ ସାରା ଦେଶକୁ ରାମଭକ୍ତିରେ ମଗ୍ନ ଥିବା ଦେଖାଯାଇଛି । ଦେଶର କୋଣ ଅନୁକୋଣରେ ଶୁଭୁଥିଲା ଜୟ ଶ୍ରୀରାମ ଜୟ ଶ୍ରୀରାମ ଧ୍ୱନୀ । ତେବେ କେବଳ ଭାରତ ନୁହେଁ ସୁଦୂର ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଏହି ଧ୍ୱନୀର ଗୁଞ୍ଜରଣ ଶୁଣିବାକୁ ମିଳିଛି । ଅଷ୍ଟ୍ରେଲିଆ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ଡାଭିଡ ୱାର୍ଣ୍ଣର ମଧ୍ୟ ରାମନାମ ଜପ କରୁଥିବା ଦେଖାଯାଇଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ୱାର୍ଣ୍ଣର ଜୟ ଶ୍ରୀରାମ ନାରା ଦେଇ ଭାରତବାସୀଙ୍କୁ ପ୍ରାଣ ପ୍ରତିଷ୍ଠା ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି ।

ଭାରତ ପ୍ରତି ଥିବା ପ୍ରେମ ଡାଭିଡ ୱାର୍ଣ୍ଣରଙ୍କୁ ଭାରତରେ କୁବ ଲୋକପ୍ରିୟ କରିପାରିଛି । କେବେ ମଇଦାନରେ ଭାରତୀୟ ଗୀତରେ ନାଚି ସେ ଭାଇରାଲ ହୋଇଛନ୍ତି ତ କେବେ ଫିଲ୍ମ ଡାଇଲଗ କହି ସେ ସମସ୍ତଙ୍କ ମନ ଜିଣି ନେଇଛନ୍ତି । କିନ୍ତୁ ଆଜି ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସେ ପ୍ରଭୁ ଶ୍ରୀରାମଙ୍କ ନାଁ ନେଇ ପ୍ରଶଂସା ସାଉଁଟିଛନ୍ତି । ସାରା ଭାରତ ରାମଭକ୍ତିରେ ମଗ୍ନ ଥିବା ବେଳେ ପ୍ରାଣ ପ୍ରତିଷ୍ଠା ପରେ ଦିବ୍ୟ ରୂୂପକୁ ମନଭରି ଦେଖୁଥିଲେ ପ୍ରତ୍ୟେକଟି ଭାରତୀୟ ରାମ ଭକ୍ତ । ପ୍ରଭୁ ଶ୍ରୀରାମଙ୍କ ଅପୂର୍ବ ବାଲ୍ୟବିଗ୍ରହକୁ ଦେଖି ସମସ୍ତ ଭାରତୀୟଙ୍କ ଆଖିରୁ ଲୁହ ଝରି ଆସିଥିଲା । ଏ ଦୃଶ୍ୟରେ କେବଳ ଭାରତୀୟମାନେ ଭାବବିହ୍ୱଳ ହୋଇନଥିଲେ, ରାମଲାଲାଙ୍କ ଦିବ୍ୟ ରୂପ ଦେଖି ଅଷ୍ଟେଲିଆ କ୍ରିକେଟର ଡାଭିଡ ୱାର୍ଣ୍ଣର ମଧ୍ୟ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ।

 

View this post on Instagram

 

A post shared by David Warner (@davidwarner31)

ଏହାପରେ ରାମ ଭକ୍ତିରେ ଲୀନ ହୋଇ ସେ ହାତଯୋଡ଼ି ପ୍ରଭୁ ଶ୍ରୀରାମଙ୍କ ନାମ ଜପ କରିଛନ୍ତି । ଏହାସହିତ ଇନଷ୍ଟାଗ୍ରାମରେ ରାମଙ୍କର ଫଟୋ ପୋଷ୍ଟ କରିବା ସହ ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ୱାର୍ଣ୍ଣର । ଭକ୍ତିରେ ଏହି ପୋଷ୍ଟରେ ସେ ଜୟ ଶ୍ରୀରାମ ମଧ୍ୟ ଭାରତବାସୀଙ୍କୁ ପ୍ରାଣ ପ୍ରତିଷ୍ଠାର ଶୁଭେଚ୍ଛା ଜଣାଇଛନ୍ତି । ତେବେ ୱାର୍ଣ୍ଣରଙ୍କର ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଜଣେ ଅଷ୍ଟ୍ରେଲିଆ ଖେଳାଳିଙ୍କର ରାମଙ୍କ ପ୍ରତି ଏତେ ଭକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

Get real time updates directly on you device, subscribe now.