fbpx

କିଏ ଏହି ନରେନ୍ଦ୍ର ମୋଦି? ଜାଣନ୍ତୁ, ତାଙ୍କ ଜୀବନର କିଛି ଖାସ୍ ରହସ୍ୟ ବିଷୟରେ…

AAKASH

ଓଡିଶା ଭାସ୍କର: ନରେନ୍ଦ୍ର ମୋଦି ଏହା ଆଜି କେବଳ ଏକ ନାମରେ ସୀମିତ ନାହିଁ ଏହା ବର୍ତ୍ତମାନ ଏକ ବ୍ରାଣ୍ଡ ଭାବେ ପରିଚିତ। ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଠାରୁ ସେ ସବୁବେଳେ କିଛି ଭିନ୍ନ ଅନ୍ଦାଜରେ କାମ କରିଥାନ୍ତି। ସେଥିପାଇଁ ସେ ଆଜି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ପରିଗଣିତ। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀ ବିଷୟରେ ଜାଣିବା ପାଇଁ ଆଜି ସମସ୍ତେ ଇଚ୍ଛୁକ ରହିଛନ୍ତି। ଆସନ୍ତୁ ଜାଣିବା ତାଙ୍କର ଜୀବନରେ କିଛି ଖାସ୍ ରହସ୍ୟ ବିଷୟରେ।

Happy Birthday Narendra Modi: Here are some rare photos of the powerful PM
୧- ମୋଦିଙ୍କ ଜନ୍ମ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ବଡନଗରରେ ହୋଇଥିଲା । ପିଲାବେେଳେ ସେ ଗୁଜରାଟର ଜାମନଗରର ସୈନିକ ସ୍କୁଲରେ ପଢ଼ିବାକୁ ଚାହୁଁଥିଲେ, ମାତ୍ର ଆର୍ଥିକ ସମସ୍ୟା କାରଣରୁ ତାହା ସମ୍ଭବ ହୋଇପାରି ନଥିଲା । ପିଲାବେଳେ ସେ ଗୁଜରାଟର ମହେସାଣା ରେଳ ଷ୍ଟେସନରେ ଚା’ ବିକ୍ରି କରୁଥିଲେ ।

୨- ମାତ୍ର ୧୮ ବର୍ଷ ବୟସରେ ସେ ନିଜ ପତ୍ନୀଙ୍କୁ ଛାଡ଼ି ସନ୍ନ୍ୟାସ ପଥରେ ଯାଇଥିଲେ । ଏହାର ପରବର୍ତ୍ତୀ ବର୍ଷ ସେ ଉତ୍ତର ଓ ଉତ୍ତର-ପୂର୍ବ ଭାରତ ଯାତ୍ରା କରିଥିଲେ । ଏହି ଅବସରରେ ସେ ବେଲୁର ମଠ, ଅସମର ସିଲିଗୁଡ଼ି ଓ ଗୌହାଟୀ, ଅଲମୌଡ଼ାର ଅଦ୍ୱୈତ ଆଶ୍ରମରେ ରହିଥିଲେ । ସେ କୌଣସି ସ୍ଥାନରେ ଅଧିକ ସମୟ ପର୍ୟ୍ୟନ୍ତ ନ ରହିବା ସହ କଲେଜ ଶିକ୍ଷା ସମାପ୍ତ କରିପାରିନଥିଲେ ।
୩- ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ମୋଦି ଅନୁପ୍ରାଣିତ ହୋଇଥିବା ସେ ନିଜେ ସ୍ୱୀକାର କରିଛନ୍ତି । ୧୯୭୧ରେ ଦିଲ୍ଲୀରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଜନସଂଘ ସତ୍ୟାଗ୍ରହରେ ସେ ସାମିଲ ହୋଇଥିଲେ । ଏହା ତାଙ୍କର ପ୍ରଥମ ରାଜନୀତିକ ଯାତ୍ରା ଥିଲା । ସେ ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସରକାର ବାଂଲାଦେଶର ମୁକ୍ତି ବାହିନୀକୁ ଖୋଲା ସମର୍ଥନ ଦେଇନଥିଲେ । ଏହି କାରଣରୁ କିଛିଦିନ ପାଇଁ ମୋଦିଙ୍କୁ ତିହାର ଜେଲକୁ ଯିବାକୁ ପଡ଼ିଥିଲା ।

୪- ସେ ୧୯୭୨ ମସିହା ଅକ୍ଟୋବର ୩ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂ ସେବ ସଂଘ(ଆର୍‌ଏସ୍‌ଏସ୍‌)ରେ ଯୋଗ ଦେଇଥିଲେ। ଜରୁରୀକାଳୀନ ସମୟରେ ତାଙ୍କୁ ଆରଏସଏସର ଗୁଜରାଟର ଲୋକ ସଂଘର୍ଷ ସମିତିର ସଚିବ ନିଯୁକ୍ତି କରାଯାଇଥିଲା ।

୫- ଜରୁରୀକାଳୀନ ପରିସ୍ଥିତି ପରେ ସେ ଦିଲ୍ଲୀ ୟୁନିଭରସିଟିର ସ୍କୁଲ ଅଫ ଓପନ ଲର୍ଣ୍ଣିଂରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ଏହାପରେ ଗୁଜରାଟ ୟୁନିଭରସିଟିରୁ ଡିଷ୍ଟାନ୍ସ ଲର୍ଣ୍ଟିଂରେ ଏମଏ ପାସ୍ କରିଥିଲେ ।

୬- ୧୯୮୫ରେ ତାଙ୍କୁ ଆରଏସଏସରୁ ବିଜେପିକୁ ପଠାଯାଇଥିଲା । ୧୯୮୭ରେ ତାଙ୍କ ନେତୃତ୍ୱରେ ଭାଜପା ଅହମ୍ମଦାବାଦ ନଗର ନିଗମ ନିର୍ବାଚନ ଜିତିଥିଲା । ଏହାପରେ ସେ ଗୁଜରାଟ ବିଜେପି ସଂଗଠର ସଚିବ ଭାବେ ନିଯୁକ୍ତ ହୋଇଥିଲେ ।

୭- ୧୯୯୦ରେ ସେ ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରାକୁ ସହଯୋଗ କରିଥିଲେ । ଏହାପରେ କିଛି ବର୍ଷ ପାଇଁ ରାଜନୀତିରୁ ଦୂରେଇ ରହି ୧୯୯୪ରେ ପୁଣି ଫେରିଥିଲେ । ୧୯୯୫ ଗୁଜରାଟ ବିଧାନସଭା ବିଜୟ ଶ୍ରେୟ ତାଙ୍କୁ ମିଳିବା ସହ ସେ ବିଜେପିର ରାଷ୍ଟ୍ରୀୟ ସଚିବ ନିଯୁକ୍ତ ହୋଇଥିଲେ।

୮- ୧୯୯୮ର ଗୁଜରାଟ ନିର୍ବାଚନର ଶ୍ରେୟ ମୋଦିଙ୍କୁ ମିଳିଥିଲା । ୨୦୦୧ରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ୨୦୧୪ ପର୍ଯ୍ୟନ୍ତ ଲଗାତର ଏହି ପଦରେ ରହିଥିଲେ । ସେ କ୍ଷମତାରେ ରହି ଅନେକ ବିକାଶ ମୂଳକ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ୨୦୧୪ରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ।

୯. ଲଗାତର ଦୁଇ ଥର ପ୍ରଧାନମନ୍ତ୍ରୀ ହେବାରେ ମୋଦି ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ। ୨୦୧୪ ଓ ୨୦୧୯ ରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ରହିଛନ୍ତି।

୧୦. ମୋଦି କଡ଼ା ଇସ୍ତ୍ରି ହୋଇଥିବା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ସେହିପରି ମୋଦି ଜଣେ ଭଲ ବକ୍ତା ଭାବେ ପରିଚିତ। ମୋଦି ନିଜର ହିନ୍ଦୁ ଧର୍ମକୁ ନେଇ ଗର୍ବ କରିବା ସହ ଆଧ୍ୟାତ୍ମିକ ପରିବେଶରେ ରହିବାକୁ ଖୁବ ପସନ୍ଦ କରନ୍ତି।

 

 

 

 

Get real time updates directly on you device, subscribe now.