fbpx
BJD SKY
BJD SKY

ହିନ୍ଦୁ ଧର୍ମରେ ସବୁଠାରୁ ପ୍ରିୟ ଭଗବାନ କିଏ? ରିସର୍ଚ୍ଚରୁ ଆସିଲା ଏଭଳି କିଛି ମଜାଦାର ତଥ୍ୟ

BJD

ନୂଆଦିଲ୍ଲୀ: ହିନ୍ଦୁଧର୍ମରେ ବିଶ୍ୱାସ କରୁଥିବା ଅଧିକାଂଶ ଲୋକ କୌଣସି ନା କୌଣସି ଦେବ ଓ ଦେବତାଙ୍କୁ ନିଜର ପ୍ରିୟ ଭଗବାନ ମାନନ୍ତି । ଲୋକମାନେ କାହାକୁ ଅଧିକ ମାନନ୍ତିି ବୋଲି ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରୁ ଜଣାପଡିଲା କି, ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଅଧିକାଂଶ ଲୋକ ଭଗବାନ ଶିବଙ୍କୁ ନିଜର ଇଷ୍ଟ ଦେବାକୁ ଭାବେ ପୂଜା କରନ୍ତିି । ସେହିପରି ପ୍ରାୟ ଏକ ତୃତୀୟାଂଶ ଲୋକ ହନୁମାନଙ୍କୁ ନିଜର ପ୍ରିୟ ଭଗବାନ ଭାବେ ପୂଜା କରନ୍ତି । ଦେବୀ ସରସ୍ୱତୀଙ୍କୁ ସବୁଠାରୁ କମ୍ ଲୋକ ନିଜର ଇଷ୍ଟ ଭଗବାନ ଭାବେ ମାନନ୍ତି । ଏହି ସର୍ଭେରେ ଅନେକ ତଥ୍ୟ ସାମ୍ନାକୁ ଆସିଛି।

ତେବେ ପ୍ୟୁ ରିସର୍ଚ୍ଚ ସେଶ୍ଟର ଦ୍ୱାରା ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେର ରେଜଲ୍ଟ ନିକଟରେ ଜାରି କରାଯାଇଥିଲା । ଏଥିରେ ହିନ୍ଦୁଧର୍ମର ଲୋକଙ୍କୁ ନିଜ ଇଷ୍ଟ ଦେବୀ ଓ ଦେବତାଙ୍କ ବିଷୟରେ ପଚରାଯାଇଥିଲା । ସେମାନଙ୍କ ଅଲଗା ଅଲଗା ଦେବୀ ଓ ଦେବତାଙ୍କ ଫଟୋ ଦେଖାଯାଇଥିଲା ଓ ସେଥିରୁ ୩ ଜଣଙ୍କର ଫଟୋକୁ ଚୟନ କରିବାକୁ କୁହାଯାଇଥିଲା ।

ସର୍ଭେ ହିସାବରେ, ହିନ୍ଦୁ ଧର୍ମକୁ ମାନୁଥିବା ୪୪ ପ୍ରତିଶତ ଲୋକ ଭଗବାନ ଶିବଙ୍କୁ ନିଜର ସବୁଠାରୁ ଆପଣାର ମାନନ୍ତି । ଏହା ବ୍ୟତୀତ ୩୫ ପ୍ରତିଶତ ଲୋକ ହନୁମାନଙ୍କୁ ନିଜର ଇଷ୍ଟ ଦେବତା ମାନନ୍ତି । ସେହିପରି ୩୨ ପ୍ରତିଶତ ହିନ୍ଦୁ ଭଗବାନ ଗଣେଷଙ୍କୁ ନିଜର ପ୍ରିୟ ଦେବତା କହିଛନ୍ତି । ଜାତୀୟ ସ୍ତରରେ ଭଗବାନ ଶିବଙ୍କୁ ସମସ୍ତେ ନିଜର ସବୁଠାରୁ ଆପଣାର ବୋଲି ଭାବନ୍ତି । କିନ୍ତୁ ପଶ୍ଚିମ ଭାରତରେ ବି ୩୦ ପ୍ରତିଶତ ଲୋକ ଭଗବାନ ଶିବଙ୍କୁ ନୀଜର ଇଷ୍ଟ ଦେବତା ଭାବେ ମାନନ୍ତି । ସେହିପରି ଦେଶର ପଶ୍ଚିମ ଭାଗରେ ୪୬ ପ୍ରତିଶତ ଲୋକ ଭଗବାନ ଗଣେଶଙ୍କ ବଡ଼ ଭକ୍ତ ବୋଲି କୁହନ୍ତି। ଏମିତିରେ ପ୍ରାୟ ଅନେକ ଜଣ ଅର୍ଥାତ ବିଦେଶ ସମେତ ସମସ୍ତେ ଜଗନ୍ନାଥ ଓ ରାମଙ୍କୁ ଶ୍ରେଷ୍ଠ ଭଗବାନ ଭାବେ ମାନନ୍ତି।

 

 

Get real time updates directly on you device, subscribe now.