fbpx

ମିଛ ଦୁଷ୍କର୍ମ ଅଭିଯୋଗରେ ୨ବର୍ଷ ଜେଲ ପଠାଇଲା ଭଉଣୀ; BOYFRIEND ପାଇଁ ଭାଇ ହେଲା ବଇରୀ

AAKASH

ନୂଆଦିଲ୍ଲୀ: ଭାଇ ବିରୋଧରେ ଭଉଣୀ ଆଣିଲା ଦୁଷ୍କର୍ମ ଅଭିଯୋଗ । ଏପରିକି ଅଭିଯୋଗ ଆଧାରରେ ଭାଇ ଦୁଇ ବର୍ଷ ଜେଲରେ ସଜା କାଟି ଫେରିଛି । ଭଉଙ୍କୁ ତାଗିଦ କରିବା ଏହି ୨୪ ବର୍ଷୀୟ ଯୁବକ ପାଇଁ ମହଙ୍ଗା ପଡିଛି । ନିଜ ବୟଫ୍ରେଣ୍ଡ ସହିତ ଏହି ଯୁବତୀ ଜଣଙ୍କ ବାହାରକୁ ଯାଉଥିବା ବେଳେ ଭାଇ ଏହାର ବିରୋଧ କରିବାରୁ ତାଙ୍କ ବିରୋଧରେ ଦୁଷ୍କର୍ମର ମିଥ୍ୟା ଅଭିଯୋଗ ଆଣିଥିଲେ ଭଉଣୀ । ଭଉଣୀ ନାବାଳିକା ଥିବାରୁ ପୋକ୍ସୋ ଆକ୍ଟ ଅନୁଯାୟୀ ୨ ବର୍ଷ ହେବ ଜେଲରେ ରହିଥିଲେ ଏହି ୨୪ ବର୍ଷୀୟ ଯୁବକ । ଶେଷରେ ଭଉଣୀ ମିଥ୍ୟା ଅଭିଯୋଗ କରିଥିବା ନେଇ ସ୍ୱୀକାର କରିବା ପରେ ଯୁବକ ଜଣଙ୍କ ଜେଲକରୁ ମୁକୁଳିଛନ୍ତି ।

୨୦୧୯ ମସିହାରେ ମୁମ୍ବାଇରେ ଏହି ଘଟଣା ଘଟିଥିଲା । ଘରେ ମାତା ପିତା ନଥିବା ସମୟରେ ଭାଇ ତାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲା । ୨୦୧୯ ମସିହାରେ ନାବାଳିକା ଥିବା କାରଣରୁ ପୋକ୍ସୋ ଆକ୍ଟରେ ଭାଇକୁ ଗିରଫ କରିଥିଲା ପୋଲିସ୍ । ତେବେ ଦୀର୍ଘ ଦୁଇ ବର୍ଷ ପରେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଯୁବତୀ । ସେ ନିଜ ବୟଫ୍ରେଣ୍ଡ ସହିତ ବାହାରକୁ ଯାଉଥିବା ବେଳେ ଭାଇ ଏହାକୁ ବିରୋଧ କରିବା ସହିତ ହାତ ଉଠାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା ଯୁବତୀ ଜଣକ ସ୍ୱୀକାର କରିଥିଲେ । ଯୁବତୀଙ୍କ ବୟାନ ପରେ ଦିନ୍ଦୋଶୀର ଏକ ସ୍ୱତନ୍ତ୍ର କୋର୍ଟ ଯୁବକଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି ।

Get real time updates directly on you device, subscribe now.