ଶାଶୁଘରେ ପହଞ୍ଚିପାରିଲା ନାହିଁ ନବ ବଧୂ, ଶୋକରେ ପରିଣତ ହେଲା ବିବାହ ଉତ୍ସାହ, ଭୟଙ୍କର ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ୫ ମୃତ
ଶୋକରେ ପରିଣତ ହେଲା ବିବାହର ଖୁସି, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ବର-କନ୍ୟା ସମେତ ୫ ଜୀବନ
ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁର ଜିଲ୍ଲାରୁ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଖୁସି ଥିବା ପରିବାର ଦୁଃଖରେ ପରିଣତ ହୋଇଛି।
୧୪୮ ନମ୍ବର ଜାତୀୟ ରାଜପଥରେ ଏକ ଦ୍ରୁତଗତିରେ ଟ୍ରକ୍ ଆସି ଟ୍ରାଭେଲର ଉପରେ ମାଡ଼ିଯାଇଥିଲା। ଏଥିରେ ବର-କନ୍ୟା ସମେତ ୫ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି।
ବିବାହ ସାରି ଫେରୁଥିଲା ପରିବାର: ଏକ ପରିବାର ମଧ୍ୟପ୍ରଦେଶରୁ ବିବାହ କାର୍ଯ୍ୟ ସମାପ୍ତ କରି ଫେରୁଥିଲା। ଗାଡ଼ିରେ ୧୪- ୧୫ ଲୋକେ ଯାତ୍ରା କରୁଥିଲେ। ଏଥିରେ ନବ ବିବାହିତ ବର-ବଧୂ ଏବଂ କିଛି ପରିବାର ସଦସ୍ୟ ସାମିଲ ଥିଲେ।
ଯେତେବେଳେ ଗାଡ଼ିଟି ଭଟକାବାସ ଗାଁ ପାଖରେ ଏହି ଗାଡ଼ି ପହଞ୍ଚିଥିଲା, ସେତେବେଳେ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ୍ଟି ଜୋରରେ ଧକ୍କାରେ ଦେଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ, ଚାରିଆଡେ ହଇଚଇ ସୃଷ୍ଟି ହୋଇଥିଲା।