fbpx

ଜଏସ୍ୱାଲ ନା ଅଭିଷେକ… 3rd T20ରେ କିଏ ପାଇବେ ସୁଯୋଗ? ବଡ଼ ପରିବର୍ତ୍ତନ କରିପାରନ୍ତି ଶୁଭମନ

ନୂଆଦିଲ୍ଲୀ: ଆଜି ଜିମ୍ବାୱେ ବିପକ୍ଷରେ ସିରିଜର ତୃତୀୟ ଟି-୨୦ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ ପୂର୍ବରୁ ଦଳରେ ସାମିଲ ହୋଇଛନ୍ତି ୩ ଜଣ ଷ୍ଟାର କ୍ରିକେଟର । ବାରବାଡୋସରେ ପସି ରହିଥିବା ଟିମ ଇଣ୍ଡିଆର ୩ ଜଣ ସୁପରଷ୍ଟାର ଏବେ ଶୁଭମନ ସେନାରେ ସାମିଲ ହୋଇଛନ୍ତି । ସଞ୍ଜୁ ସାମସନ, ଯଶସ୍ୱୀ ଜଏସ୍ୱାଲ ଏବଂ ଶିବମ ଦୁବେ ଜିମ୍ବାୱେ ପହଞ୍ଚି ଭାରତୀୟ ଦଳରେ ଯୋଗ ଦେଇଛନ୍ତି । ତେବେ ଜଏସ୍ୱାଲଙ୍କ ଏଣ୍ଟ୍ରି ପରେ ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଖେଳିବା ଉପରେ ଆଶଙ୍କା ଦେଖାଦେଇଛି । ତୃତୀୟ ମ୍ୟାଚରେ କାହାକୁ ବାଛିବେ ଅଧିନାୟକ ଶୁଭମନ୍ ଗିଲ୍?

ହରାରେ ଷ୍ଟାଡିୟମରେ ଆଜି ତୃତୀୟ ଟି-୨୦ ମ୍ୟାଚ ଖେଳିବେ ଭାରତ-ଜିମ୍ବାୱେ । ସିରିଜ ବର୍ତ୍ତମାନ ୧-୧ରେ ବରାବର ରହିଥିବା ବେଳେ ଏହି ମ୍ୟାଚରେ ବିଜୟୀ ହୋଇ ସ୍ଥିତି ସୁଦୃଢ କରିବାକୁ ଚାହିଁବ ଟିମ ଇଣ୍ଡିଆ । ତେଣୁ ଦଳରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ତେବେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଅଭିଷେକ ଶର୍ମାଙ୍କ ଉପରେ । ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଦମଦାର ଶତକ ପରେ ମଧ୍ୟ ଦଳରେ ତାଙ୍କ ସ୍ଥାନ ଏବେ ଆଶଙ୍କାରେ ରହିଛି । ଯଶସ୍ୱୀ ଜଏସ୍ୱାଲ ଦଳକୁ କମବ୍ୟାକ କରିବା ପରେ ତାଙ୍କୁ ଏହି ମ୍ୟାଚ ପାଇଁ ସୁଯୋଗ ଦେଇପାରନ୍ତି ଶୁଭମନ ଗିଲ୍ ।

ଜଏସ୍ୱାଲ ଭାରତୀୟ ଦଳର ପ୍ରଥମ ପସନ୍ଦ ରହିଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଅଭିଷେକ ଶର୍ମା ଦଳ ତରଫରୁ ୨ଟି ମ୍ୟାଚରେ ଓପନିଙ୍ଗ କରିଥିଲେ । ପ୍ରଥମ ମ୍ୟାଚରେ ଶୂନରେ ଆଉଟ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଛନ୍ତି ଅଭିଷେକ । ମାତ୍ର ୪୭ ବଲରୁ ୭ଟି ଚୌକା ଏବଂ ୮ଟି ଛକା ସହ ଏହି ଶତକ ହାସଲ କରିଛନ୍ତି ଅଭିଷେକ ଶର୍ମା । ତେବେ ଏହାବ୍ୟତୀତ ଦଳରେ ଆହୁରି କିଛି ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ । ପ୍ଲେଇଙ୍ଗ-୧୧ରେ ସଞ୍ଜୁ ସାମସନ ଏବଂ ଶିବମ ଦୁବେଙ୍କୁ ମଧ୍ୟ ଦଳରେ ସ୍ଥାନ ଦେଇପାରନ୍ତି ଅଦିନାୟକ ଶୁଭମନ ଗିଲ୍ ।

Get real time updates directly on you device, subscribe now.