fbpx

କରୋନା ପାଇଁ ଯାଜପୁରରେ ୧୪୪ଧାରା ଜାରି

ଯାଜପୁର, ୧୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନା ଆକ୍ରାନ୍ତରେ ୧୧୦ଜଣ ଥିବା ବେଳେ ଆଜି ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଯାଜପୁରରେ ୧୪୪ଧାରା ଜାରି ହୋଇଛି । ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ ହୋଇଛି । ଏହାସହ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେନି । ସେଠାରେ ପ୍ରସିଦ୍ଧ ବାରୁଣୀ ବୁଡ଼ ଉପରେ ରୋକ୍ ଲଗାଯାଇଛି । ପର୍ଯ୍ୟଟକ ଗାଡ଼ିକୁ ଜିଲ୍ଲା ପ୍ରବେଶ ଉପରେ ନିଷେଧ କରାଯାଇଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.