fbpx

ଜମାତିଙ୍କ ବିରୋଧରେ ଲାଗିବ ହତ୍ୟା ଓ ହତ୍ୟା ଉଦ୍ୟମ ଦଫା !

ଦିଲ୍ଲୀର ନିଜାମୁଦ୍ଦିନ ଠାରେ ଆୟୋଜିତ ତବଲିଗି ଜମାତ ରେ ଯୋଗ ଦେଇଥିଲେ ଦେଶ ବିଦେଶର ହଜାର ହଜାର ଜମାତି ।ଯେଉଁଥିରୁ ଶତାଧକ ଏବେ ମହାମାରୀ କରୋନା ଆକ୍ରାନ୍ତ । ଲକ ଡାଉନ ପୂର୍ବରୁ ଏମାନଙ୍କ ମଧ୍ୟରୁ ବହୁଲୋକ ନିଜ ନିଜ ଅଂଚଳକୁ ପେରିଆସିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ଏହି କରୋନା ଆକ୍ରାନ୍ତ ଜମାତିଙ୍କ ପାଇଁ ପୂର୍ବରୁ ୭.୪ ଦିନରେ ଦୁଇଗୁଣିତ ହେଉଥିବା କରୋନାର ବ୍ୟାପକତା ଏବେ ବଢ଼ି ୪.୩ ଦିନରେ ପଂହଚିଛି ।ଏଭଳି ଅବସ୍ଥାରେ ସେମାନଙ୍କୁ ଖୋଜିପାଇବା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜରୁରୀ ହୋଇପଡିଛି । କିନ୍ତୁ ଏହା ସତ୍ୱେ ବି ଜମାତ ରେ ଯୋଗ ଦେଇଥିବା ବ୍ୟକ୍ତି ନିଜ ଆଡୁ ସରକାରଙ୍କୁ ତଥ୍ୟ ଦେବା ଉଚିତ ମନେକରୁନାହାନ୍ତି ।ଏଭଳି ଅବସ୍ଥାରେ ତଥ୍ୟ ଲୁଚାଉଥିବା ଜମାତିଙ୍କ ବିରୋଧରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ମାମଲା ରୁଜ୍ଜୁ କରାଯିବ ବୋଲି ଉତ୍ତରାଖଣ୍ଣ ପୋଲିସ ନିର୍ଦ୍ଦେଶକ ଗତକାଲି କହିଥିଲେ । ଅବଶ୍ୟ ଏହା ପରେ ଜମାତି ନିଜ ଆଡୁ ତଥ୍ୟ ଦେବା ଆରମ୍ଭ କରିଛନ୍ତି

Get real time updates directly on you device, subscribe now.