fbpx

କ୍ରିକେଟ ପ୍ରେମୀଙ୍କ ପାଇଁ ଟିମ ଇଣ୍ଡିଆ ବିଜୟର ଶ୍ରେଷ୍ଠ ୨୦ ମ୍ୟାଚର ରିପିର୍ଟ ଟେଲିକାଷ୍ଠ ଆଜିଠାରୁ

ଲକ୍ ଡାଉନ ହଟିବାକୁ ଆଉ ଆଠ ଦିନ । ସଭିଏଁ ଘରେ ରହି ବୋର ।ଏଭଳି ଅବସ୍ଥାରେ ଲୋକଙ୍କ ମନୋରଂଜନ ପାଇଁ ପ୍ରସାର ଭାରତୀ ରାମାୟଣ,ମହାଭାରତ ,ଚାଣକ୍ୟ,ଅଲିଫଲୈଲା,ଶକ୍ତମାନ ପ୍ରଭୃତି ୯୦ ଦଶକର ମନୋରଂଜନ ଭିତ୍ତିକ ମେଗା ଟେଲି ସିରିଏଲର ପ୍ରସାରଣ ଆରମ୍ଭ କରାଯାଇଛି । ଏହା ୩୫ ରୁ ୬୫ ବର୍ଷୀୟ ଲୋକଙ୍କୁ ଖୁବ୍ ଛୁଇଁ ପାରିଛି । କିନ୍ତୁ ୧୮ ରୁ ୨୫ ଓ ୨୫ ରୁ ୩୫ ବର୍ଷର ଯୁବପିଢ଼ୀକୁ ଏହା ସେତେଟା ପସନ୍ଦ ଆସୁନାହିଁ । ତେଣୁ ଏହାକୁ ନଜରରେ ରଖି ବିସିସିଆଇ ଓ ପ୍ରସାରଭାରତୀ ଏବେ ନୂଆ ଯୋଜନା କରିଛନ୍ତି । ଆଜିଠାରୁ ଆଗାମୀ ଆଠ ଦିନ ଯାଏ ଇଣ୍ଡିଆନ କ୍ରିକେଟ୍ ଟିମ୍ ର ଶେଷ୍ଠ ବିଜୟ ମ୍ୟାଚର ରିପିର୍ଟ ଟେଲିକାଷ୍ଠ କରାଯିବ । ଏହି ଅବଧି ମଧ୍ୟରେ ସମୁଦାୟ ୨୦ ଟି ମ୍ୟାଚର ପ୍ରସାରଣ କରାଯିବ । ବିଶେଷ କରି ଅଷ୍ଟ୍ରେଲିଆ ବିପକ୍ଷ ଇଡେନ ଟେଷ୍ଟ ଯେଉଁଥିରେ ଲକ୍ଷ୍ମଣ ୨୮୧ ରନର ଇନିଂସ ଖେଳିଥିଲେ ,୨୦୦୫ ମସିହାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ସିରିଜ ଭଳି କିଛି ହାଇପ୍ରୋଫାଇଲ ବିଜୟର ପ୍ରସାରଣ କରାଯିବ ।

Get real time updates directly on you device, subscribe now.