fbpx

ପିଡିପିକୁ ପ୍ରତ୍ୟାକ୍ଷାନ କଲେ ଜମ୍ମୁବାସୀ!

ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ହୋଇଥିବା ନିର୍ବାଚନର ଆଜି ଗଣତି ଚାଲିଛି । ଗଣତି ଆରମ୍ଭରୁ ହିଁ ଫଳାଫଳକୁ ନେଇ ସ୍ପଷ୍ଟ ଏକ ଚିତ୍ର ସାମ୍ନାକୁ ଆସିବାକୁ ଲାଗିଲାଣି । ନିର୍ବାଚନରେ ନାସନାଲ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ହୋଇଥିବା ମେଣ୍ଟ ସରକାର ଗଢିବା ଏକପ୍ରକାର ନିଶ୍ଚିତ ହେବାରେ ଲାଗିଲାଣି । ଫଳାଫଳକୁ ନେଇ ଏନସି ମେଣ୍ଟ କହିଛି କି ୯୦ ଆସନରୁ ମେଣ୍ଟ ମ୍ୟାଜିକ ନମ୍ବର ୪୬ ପାର କରି ସରକାର ଗଢିବ ।

ବର୍ତ୍ତମାନ ମେଣ୍ଟ ୫୦ରୁ ଅଧିକ ସିଟରେ ଆଗୁଆ ରହିଛି । ସେପଟେ ବିଜେପି ୨୬ ସିଟରେ ଆଗରେ ଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜ ଆଡକୁ କରିବାକୁ ଚେଷ୍ଟା କରିବାକୁ ଯାଉଛି । କିନ୍ତୁ ସରକାର ଗଠନ ସମ୍ଭବ ହେବା ପରି ପ୍ରାରମ୍ଭିକ ଚିତ୍ରରୁ ଜଣାପଡୁଛି । ନିର୍ବାଚନରେ ପିଡିପି ମାତ୍ର ୪ ଆସନରେ ଆଗରେ ଥିବା ବେଳେ କିନ୍ତୁ ଦମ୍ଭୋକ୍ତି ବ୍ୟକ୍ତ କରୁଛି କି, ଜମ୍ମୁରେ ତା ସମର୍ଥନ ବିନା ଧର୍ମ ନିରପେକ୍ଷ ସରକାର ଗଠନ ସମ୍ଭବ ହେବନାହିଁ । ହେଲେ ପିଡିପି ସୁପ୍ରିମୋ ମେବୁବା ମୁଫ୍ତିଙ୍କ ଝିଅ ଇଲ୍ତେଜା ବିଜବେହଡା ଆସନର ରେଜଲ୍ଟ ଆସିବା ପୂର୍ବରୁ ହାର ମାନିନେଇସାରିଲେଣି ।ଆରମ୍ଭରୁ ହିଁ ପଛରେ ଥିବା ଇଲତେଜା ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରି କହିଛନ୍ତି କି, ମୁଁ ଜନତାଙ୍କ ନିଷ୍ପତ୍ତିକୁ ସ୍ୱୀକାର କରୁଛି । ବିଜବେହରାରେ ଲୋକଙ୍କଠାରୁ ଯେଉଁ ସ୍ନେହ ଓ ପ୍ରେମ ମିଳିଛି, ତାହା ସବୁ ବେଳେ ମୋ ସହ ରହିବ । ଏଥିସହ ତାଙ୍କ ପାଇଁ କାମ କରିଥିବା ପିଡିପି କର୍ମକର୍ତ୍ତାଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

ଖବର ଲେଖାଯିବା ବେଳକୁ ଜମ୍ମୁର ୯୦ ଆସନରୁ ଏନସି ମେଣ୍ଟ ୫୨ ସିଟରେ ଆଗରେ ରହିଥିବା ବେଳେ ବିଜେପି ୨୬, ପିଡିପି ୩ ଓ ଅନ୍ୟାନ୍ୟ ୯ ଆସନରେ ଲିଡ କରୁଛନ୍ତି । ଟ୍ରେଣ୍ଡ ଏମିତି ଚାଲିଲେ ମେଣ୍ଟ ହିଁ ସରକାର କଢିବ ।

Get real time updates directly on you device, subscribe now.