fbpx

ରିମାଣ୍ଡରେ ଯିବେ ଜାମତାରା ଠକ: ରସୁଲଗଡ଼ରୁ ଧରିଥିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱରରୁ ଜାମତାରା ଗ୍ୟାଙ୍ଗର ୩ ଠକ ଗିରଫ ହେବା ଘଟଣା । ୩ ଠକଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡ ନେଇ ସୋମବାର ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ । ଗିରଫ ପରେ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଅବଧିରେ ଠକଙ୍କ ଗୁମର ଖୋଲିବ କ୍ରାଇମବ୍ରାଞ୍ଚ । ଓଡ଼ିଶା ଲିଙ୍କ୍ ସହ ଏମାନେ କାହିଁକି ଭୁବନେଶ୍ୱରରେ ଡେରା ପକାଇଥିଲେ ସେନେଇ ତନାଘନା କରିବ କ୍ରାଇବ୍ରାଞ୍ଚ ।

ସୂଚନାଯୋଗ୍ୟ, ଶୁକ୍ରବାର ଜାମତାରା ଗ୍ୟାଙ୍ଗର ୩ ଠକ ପ୍ରଧୁମ, କ୍ରୀଷ୍ଣା ଓ ଚେତଲାଲ ମଣ୍ଡଳକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସେମାନଙ୍କ ଠାରୁ ଲାପଟପ୍, ଏଟିଏମ କାର୍ଡ, ମୋବଇଲ ଜବତ ମଧ୍ୟ କରିଥିଲା କ୍ରାଇମବ୍ରାଞ୍ଚ । ମୁଖ୍ୟତଃ ଏମାନେ ସାଇବର ଠକେଇରେ ସଂପୃକ୍ତ ଥିଲେ । ବିଭିନ୍ନ ବ୍ୟାଙ୍କର ଗ୍ରାହକଙ୍କ ତଥ୍ୟ ସଂଗ୍ରହ କରି ଲୋକଙ୍କୁ ଲୁଟୁଥିଲେ । ରସୁଲଗଡ଼ରେ ଏକ ଭଡ଼ା ଘର ନେଇ ଚଳାଇଥିଲେ ନେଟୱର୍କ ।

Get real time updates directly on you device, subscribe now.