fbpx
BJD SKY
BJD SKY

ଜନ ଧନ ଆକାଉଣ୍ଟରୁ ଯେକୌଣସି ମୁହୂର୍ତ୍ତରେ କାଢ଼ିପାରିବେ ୧୦ ହଜାର: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା ?

BJD

ନୂଆଦିଲ୍ଲୀ: ୨୦୧୪ ମସିହାରେ ମୋଦୀ ସରକାର ଦେଶବାସୀଙ୍କୁ ବ୍ୟାଙ୍କ ସହିତ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୟାଇ) ଆରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ, ଯେକେହି ନିଜ ବ୍ୟାଙ୍କ ଆକାଉଣ୍ଟ ଜିରୋ ବାଲାନ୍ସ ସହ ଖୋଲିପାରିବେ । ଏବେ ସରକାର ଏହି ଯୋଜନାରେ ଅନେକତ୍ରିବର୍ତ୍ତନ କରିଛନ୍ତି । ଯୋଜନା ଅଧୀନରେ ଯେଉଁ ଲୋକମାନେ ଆକାଉଣ୍ଟ ଖୋଲିଛନ୍ତି, ସେମାନେ ଏହି ଆକାଉଣ୍ଟରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ପାଇପାରିବେ । ଆସନ୍ତୁ ଜାଣିବା ଏହାର ପ୍ରୋସେସ୍ …

କେନ୍ଦ୍ର ସରକାରଙ୍କ ଏହି ଯୋଜନା ଗରିବ ଲୋକଙ୍କ ପାଇଁ ଏକ ବରଦାନ ସଦୃଶ୍ୟ । ଏହି ଯୋଜନାର ସବୁଠାରୁ ବଡ ସୁବିଧା ହେଉଛି କି, ଆପଣ ନିଜ ଆକାଉଣ୍ଟରେ ଓଭରଡ୍ରାଫ୍ଟ ପାଇଁ ଆବେଦନ କରିପାରିବେ । ଯେକୌଣସି ଆକାଉଣ୍ଟଧାରୀ ଓଭରଡ୍ରାଫ୍ଟ ସୁବିଧାର ଲାଭ ଉଠାଇ ପାରିବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଯୋଗାଯୋଗ କରିବାକୁ ପଡିବ । ଓଭରଡ୍ରାଫ୍ଟ ସୁବିଧା ହେଉଛି ଏକ ପ୍ରକାର ଲୋନ୍ । ବ୍ରାଞ୍ଚ ସହ ଯୋଗାଯୋଗ କରିବା ପରେ ବ୍ୟାଙ୍କ ଆପଣଙ୍କୁ ଏକ ଓଭରଡ୍ରାଫ୍ଟ ଦେଇପାରେ, ଯାହାକୁ ଆପଣ ସହଜରେ ଏଟିଏମ୍ କାର୍ଡ କିମ୍ବା ୟୁପିଆଇ ସହିତ ୱିଡ୍ରଲ କରିପାରିବେ ।

ଓଭରଡ୍ରାଫ୍ଟ ସୁବିଧାରେ ପ୍ରତିଦିନ ସୁଧ ଦେବାକୁ ପଡିବ । ଯଦି ଆପଣ ପୁନର୍ବାର ଓଡିରେ ପେମେଣ୍ଟ ଜମା କରନ୍ତି, ତେବେ ଆପଣଙ୍କୁ ସେହି ରାଶି ଉପରେ ସୁଧ ଦେବାକୁ ପଡିବ ନାହିଁ । ଏହାପୂର୍ବରୁ ବ୍ୟାଙ୍କ ଜନ ଧନ ଆକାଉଣ୍ଟରେ ୫ ହଜାର ଟଙ୍କା ମୂଲ୍ୟର ଓଭରଡ୍ରାଫ୍ଟ ସୁବିଧା ଯୋଗାଉଥିଲା । ବର୍ତ୍ତମାନ ଏହାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଓଭରଡ୍ରାଫ୍ଟର ଲାଭ ଉଠାଇବାକୁ ଆପଣଙ୍କର ଜନ ଧନ ଆକାଉଣ୍ଟ ଅତି କମରେ ୬ ମାସ ପୁରୁଣା ହେବା ଉଚିତ । ଯଦି ଆପଣଙ୍କର ଆକାଉଣ୍ଟ ୬ ମାସ ପୁରୁଣା ନୁହେଁ, ତେବେ ବ୍ୟାଙ୍କ ଆପଣଙ୍କୁ କେବଳ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ଦେଇପାରେ ।

ଏହିପରି ଆକାଉଣ୍ଟ ଖୋଲନ୍ତୁ :-
ସରକାରଙ୍କ ଏହି ଯୋଜନା ଅଧୀନରେ ଆପଣ ଆକାଉଣ୍ଟ ଖୋଲିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଆଧାର କାର୍ଡ ଏବଂ ପାନ୍ କାର୍ଡ ଦରକାର । ଏହି ଯୋଜନାରେ ୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ଆକାଉଣ୍ଟ ଖୋଲାଯାଇପାରିବ । ଆକାଉଣ୍ଟ ଖୋଲିବା ପରେ ଆକାଉଣ୍ଟଧାରୀଙ୍କୁ ଏକ ରୁପେ ଡେବିଟ୍ କାର୍ଡ ମିଳିଥାଏ । ଏହି କାର୍ଡରେ ଆପଣ ୨ ଲକ୍ଷ ଟଙ୍କା ବୀମା କଭର ମଧ୍ୟ ପାଇପାରିବେ । ଏହା ସହିତ ୩୦,୦୦୦ ଟଙ୍କାର ଜୀବନ ବୀମା କଭର ମଧ୍ୟ ମିଳିବ । ତେବେ ସରକାରଙ୍କ ଏହି ଯୋଜନାରେ ଏପର୍ଯ୍ୟନ୍ତ ୪୬.୨୫ କୋଟି ହିତାଧିକାରୀଙ୍କ ଆକାଉଣ୍ଟ ଖୋଲାଯାଇଛି ।

Get real time updates directly on you device, subscribe now.