fbpx

ଜାପାନ ସହର ଖୁବଶୀଘ୍ର ହୋଇଯିବ ଗାଏବ! ଏହା ହୋଇପାରେ ମୁଖ୍ୟ କାରଣ

ନୂଆଦିଲ୍ଲୀ: ବିକାଶର ଧାରାରେ ଖୁବ ଆଗେଇଥିବା ଜାପାନ ସହରକୁ ଡ଼େଇ ଏକ ବଡ ପ୍ରସଙ୍ଗ ଏବେ ଚିନ୍ତାର ବିଷୟ ପାଲଟିଛି । ଦ୍ରୁତ ବେଗରେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଏଭଳି ଏକ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ପରାମର୍ଶଦାତା ମସାକୋ ମୋରୀ । ସେ କହିଛନ୍ତି ଯେ, ଦେଶର ଅସ୍ଥିତ୍ୱ ସମାପ୍ତ ହୋଇଯିବ ଏବଂ ସମୟ ପୂର୍ବରୁ ଜନ୍ମ ହାରରେ ହ୍ରାସ ନ ହେଲେ ଦେଶର ଅର୍ଥନୀତି ଉପରେ ଏହାର ପଡିବ ।

ମୋରୀ କହିଛନ୍ତି ଯେ, ହ୍ରାସ ପାଉଥିବା ଜନସଂଖ୍ୟା କାରଣରୁ ଜାପାନ ବଡ କ୍ଷତିର ସାମନା କରିପାରେ । ଦେଶର ଆର୍ଥିକ ଶକ୍ତି ନଷ୍ଟ ହେବା ସହ ସାମାଜିକ ସୁରକ୍ଷା ପ୍ରଣାଳୀ ଧ୍ୱସ୍ତ ହୋଇଯିବ ଏବଂ ଆତ୍ମରକ୍ଷା ବଳ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ମଧ୍ୟ ମିଳିପାରିବ ନାହିଁ । ଏହାକୁ ଏକ ଭୟାନକ ରୋଗ ଏବଂ ଏହା ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରିବ ବୋଲି କହିଛନ୍ତି ମୋରୀ । ରିପୋର୍ଟରୁ ପ୍ରକାଶ ପାଇଛି ଯେ, ୨୦୨୨ରେ, ଜାପାନରେ ଜନ୍ମିତ ଲେଶକଙ୍କ ତୁଳନାରେ ପ୍ରାୟ ୨ ଗୁଣ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ୮,୦୦,୦୦୦ରୁ କମ୍ ଜନ୍ମ ହୋଇଥିବା ବେଳେ ୧.୫୮ ମିଲିୟନ ଲୋକଙ୍କ ମୃତ୍ୟୁ ଘଟିଛି । ସାରା ବିଶ୍ୱରେ ଛୋଟ ଦେଶ ମୋନାକୋ ପରେ ଜାପାନରେ ହିଁ ୬୫ ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ସର୍ବାଧିକ ରହିଛି ।

୨୦୦୮ରେ ଜାପାନର ଜନସଂଖ୍ୟା ୧୨୮ ମିଲିୟନରୁ ଖସି ୧୨୪.୬ ମିଲିୟନରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ମଧ୍ୟ ଏହି ସଂଖ୍ୟା ଲଗାତାର ହ୍ରାସ ପାଇବାରେ ଲାଗିଛି । ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା କହିଛନ୍ତି ଯେ, ବିଭିନ୍ନ ଯୋଜନା ସହ ଦେଶରେ ଜନ୍ମ ସଂଖ୍ୟା ପ୍ରତିଜ୍ଞା କରିଛନ୍ତି । ବିଭିନ୍ନ ନୀତି ସହ ଜାପାନର ନାଗରିକଙ୍କୁ ଜନ୍ମହାର ବୃଦ୍ଧି କରିବାରେ ସାହାଯ୍ୟ ମାଗିଛନ୍ତି ପ୍ରଧାନମମନ୍ତ୍ରୀ । ତେବେ ଜନ୍ମହାର କମ୍ ହେବାର କାରଣ ବିଳମ୍ବରେ ବିବାହ ବୋଲି

Get real time updates directly on you device, subscribe now.