fbpx

ଗ୍ୟାଙ୍ଗଷ୍ଟର ଜରନେଲ୍ ସିଂହକୁ ଗୁଳି କରି ହତ୍ୟା

Advertisement

ଅମୃତସର: ପଞ୍ଜାବର ଅମୃତସର ଜିଲ୍ଲାରେ ଗ୍ୟାଙ୍ଗଷ୍ଟର ଜରନେଲ୍ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଅମୃତସରର ଏକ ଗ୍ରାମ ସଠିୱାଲାରେ ଗୋପୀ ଘନଶାମ ପୁରିଆ ସହ ଜଡିତ ଗ୍ୟାଙ୍ଗର ସଦସ୍ୟ ଜରନେଲ୍ ସିଂହଙ୍କ ଉପରକୁ ଜୋରଦାର ଫାୟାରିଂ କରିଛନ୍ତି ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଏକ ସ୍ୱିଫ୍ଟ କାରରେ ସବାର ହୋଇ ଆସିଥିଲେ । ଚାରିଜଣ ବ୍ୟକ୍ତି ଜରନେଲ୍ ସିଂହଙ୍କ ଉପରକୁ ଗୁଳି କରି ସେଠାରୁ ଫେରାର ହୋଇ ଯାଇଥିଲେ । ସୂଚନା ଅନୁସାରେ ଜରନେଲ୍ ସିଂହ ନିଜ ଗାଁରେ ନିଜ ଘରେ ହିଁ ଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ସାରିଛି ଓ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି ।

ଏହି ଆକ୍ରମଣର ସିସିଟିଭି ଫୁଟେଜ୍ ବି ସାମ୍ନାକୁ ଆସିଛି । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ୪ ଜଣ ବ୍ୟକ୍ତି ମୁହଁରେ କପଡା ଢାଙ୍କି ଜରନେଲ୍ ସିଂହଙ୍କ ଉପରକୁ ଆଖିବୁଜା ଗୁଳିମାଡ କରୁଛନ୍ତି । ସେମାନଙ୍କ ଠାରୁ ରକ୍ଷା ପାଇବା ଲାଗି ଜରନେଲ୍ ସିଂହ ଏକ ଦୋକାନ ମଧ୍ୟକୁ ପଶି ଯାଉଛନ୍ତି । କିନ୍ତୁ ଅପରାଧୀ ମାନେ ଯେ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ନ ହୋଇଛି ସେ ପର୍ଯ୍ୟନ୍ତ ଗୁଳି କରିବାରେ ଲାଗିଛନ୍ତି । ଫାୟାରିଂ ପରେ ଅପରାଧୀମାନେ ସେଠାରୁ ଫେରାର ହୋଇଯାଇଛନ୍ତି । ପୋଲିସ ମୃତଦେହକୁ କବଜା କରି ପୋଷ୍ଟମର୍ଟମ ଲାଗି ହସ୍ପିଟାଲ ଶବଗୃହ ପଠାଇଛି । ପୋଲିସ କହିଛି ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ।

Get real time updates directly on you device, subscribe now.