fbpx

ଭାରତୀୟ ଦଳରେ ଡେବ୍ୟୁ କଲେ Jarvo 69! ବିଶ୍ୱକପ ଦଳରେ ନଥାଇ ବି ପଡ଼ିଆରେ ନୂଆ ଷ୍ଟାର…

AAKASH

ନୂଆଦିଲ୍ଲୀ: ଚେନ୍ନାଇର ଐତିହାସିକ ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳୁଛି । ତେବେ ଏହି ପ୍ରଥମ ମ୍ୟାଚରେ ହିଁ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ ବିରାଟ କୋହଲି ଏବଂ ଡାଭିଡ ୱାର୍ଣ୍ଣର । ଏହି ମ୍ୟାଚରେ ଟିମ ଇଣ୍ଡିଆରେ ନୂଆ ସଦସ୍ୟ ଜାର୍ଭୋଙ୍କୁ ଦେଖିବାକୁ ମିଳିଛନ୍ତି । ବିଶ୍ୱକପରେ ସେ ଆଜି ଡେବ୍ୟୁ କରିଛନ୍ତି ବୋଲି କୁହାଯାଉଛି । କିନ୍ତୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ଉପରେ ବିରକ୍ତ ହେଉଥିବା ଏହି ମ୍ୟାଚରେ ଦେଖାଯାଇଛି ।

ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ମ୍ୟାଚରେ ଟିମ ଇଣ୍ଡିଆରେ ଜଣେ ଷ୍ଟାରଙ୍କ ଡେବ୍ୟୁ ହୋଇଛି । ୬୯ ନମ୍ବର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲେ ଭାରତର ଏହି ଷ୍ଟାର ପ୍ଲେୟର ଜାର୍ଭୋ । ତେବେ ସେ ଟିମ ଇଣ୍ଡିଆ ପକ୍ଷରୁ ଖେଳିବା ପାଇଁ ପଡ଼ିଆକୁ ଆସି ନଥିଲେ । ଜଣେ ୟୁଟ୍ୟୁବର୍ ତଥା ପ୍ରାଙ୍କଷ୍ଟାର ଡାନିଏଲ ଜାର୍ଭିସ ଆକା, ଜାର୍ଭୋ ବା ‘ଜାର୍ଭୋ ୬୯’ ହଠାତ୍ ପଡ଼ିଆ ଭିତରକୁ ପଶି ଆସିଥିଲେ । ଭାରତର ବିଶ୍ୱକପ ଜର୍ସି ସହ ୬୯ ନମ୍ବରର ଟି-ଶାର୍ଟ ପିନ୍ଧି ସେ ପଡ଼ିଆ ଭିତରକୁ ପଶି ଆସିଥିଲେ । ଲୋକପ୍ରିୟ ତଥା ବିବାଦୀୟ ପ୍ରାଙ୍କଷ୍ଟର ‘ଜାରଭୋ ୬୯’ ସୁରକ୍ଷା ଉଲ୍ଲଂଘନ କରିବା ପରେ ଏବଂ ଫିଲ୍ଡିଂ ପୋଜିସନ୍ ଚେଞ୍ଜ କରୁଥିବାର ଦେଖାଯାଇଛି । ପଡ଼ିଆରେ ବ୍ୟସ୍ତ ଥିବା ଭାରତୀୟ ଖେଳାଳିଙ୍କ ସହ ଯୋଗଦେଇ ଥିଲେ ଷ୍ଟାର ୟୁଟ୍ୟୁବର ଜାର୍ଗୋ ୬୯ ।

ତେବେ ଜାର୍ଭୋଙ୍କ ଏହି କାରନାମା ଦେଖି ବିରକ୍ତ ହୋଇ ଯାଇଥିଲେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ତେଣୁ ଜାର୍ଗୋଙ୍କ ପାଖକୁ ଯାଇ ସେ ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ବିରକ୍ତ ହୋଇ କିଛି କହୁଥିବାର ଦେଖିବାକୁ ମିଳିଛି । ଜାର୍ଭୋଙ୍କୁ ପଡ଼ିଆ ବାହାରକୁ ଯିବା ପାଇଁ କହିଛନ୍ତି ବିରାଟ । ଏହାପରେ ଗ୍ରାଉଣ୍ଡ ଷ୍ଟାଫ ଏବଂ ସିକ୍ୟୁରିଟି ଜର୍ଭୋଙ୍କୁ ପଡ଼ିଆ ବାହାରକୁ ନେଇ ଯାଇଛନ୍ତି । ଏହି ଘଟଣାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଜାର୍ଭୋଙ୍କ ଏହି କାରନାମା ସେ ପ୍ରଥମ ଥର କରିନାହାନ୍ତି । ପୂର୍ବରୁ ୨୦୨୧ ଭାରତ-ଇଂଲଣ୍ଡ ମଧ୍ୟରେ ଏକ ଟେଷ୍ଟ ମ୍ୟାଚରେ ଠିକ୍ ଏଭଳି କାମ କରିଥିଲେ ଜାର୍ଭୋ । ଓଭାଲ ଗ୍ରାଉଣ୍ଡରେ କେଳାଯାଉଥିବା ଏହି ମ୍ୟାଚରେ ଗ୍ରାଉଣ୍ଡ ଭିତରକୁ ପଶି ଆସିଥିଲେ । ତେବେ ସିକ୍ୟୁରିଟି ଷ୍ଟାଫ ତାଙ୍କୁ ଟାଣି ନେଇ ପଡ଼ିଆ ବାହାରକୁ ନେଇଯାଇଥିଲେ ।

Get real time updates directly on you device, subscribe now.