fbpx
BJD SKY
BJD SKY

ବୁମ୍ରାଙ୍କୁ ଆଇସିସି ଝଟକା: ପ୍ରତ୍ୟାବର୍ତ୍ତନର ସମସ୍ତ ଦ୍ୱାର ବନ୍ଦ, ବିପଦରେ କ୍ୟାରିୟର

BJD

ନୂଆଦିଲ୍ଲ: ଭାରତୀୟ ତାରକା କ୍ରିକେଟର ଜସପ୍ରିତ ବୁମ୍ରା ବର୍ତ୍ତମାନ ଆଗାତ ସମସ୍ୟା ପାଇଁ ଭାରତୀୟ ଦଳରୁ ଦୁରରେ ରହିଛନ୍ତି । ତେବେ ତାଙ୍କର ସମସ୍ୟା ବର୍ତ୍ତମାନ କମିବାର ନାଁ ନେଉନାହିଁ । ଗମ୍ଭିର ଆଘାତ କାରଣରୁ ଗଲା ଦୁଇବର୍ଷ ଧରି ବୁମ୍ରା ଭାରତୀୟ ଟିମ୍‌କୁ ତାଙ୍କର ସେବା ଯୋଗାଇ ପାରୁ ନାହାନ୍ତି । ଏହାରି ମଧ୍ୟରେ ଆଇସିସି ପକ୍ଷରୁ ଟେଷ୍ଟ ବ୍ୟାଟିଂ ଏବଂ ବଲିଂ ର‌୍ୟାଙ୍କିଙ୍ଗ୍ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ବୁମ୍ରାଙ୍କୁ ବଡ଼ ଝଟକା ଲାଗିଛି । ଏହି ତାଲିକା ପ୍ରକାଶ ପରେ ବୁମ୍ରା ଟେଷ୍ଟ କ୍ରିକେଟ୍‌କୁ ଫେରିବା ରାସ୍ତା କଠିନ ଲାଗୁଛି ।

ଉଲ୍ଲେଖନୀୟ କଥା ହେଉଛି, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ବୋଲରଙ୍କ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଜସପ୍ରୀତ ବୁମରା ୭୭୨ ପଏଣ୍ଟ ସହ ଅଷ୍ଟମ ସ୍ଥାନକୁ ଖସିଛନ୍ତି । ତାଙ୍କ ଆଘାତକୁ ଦେଖିଲେ ଲାଗୁଛି ଯେ ସେ ବର୍ତ୍ତମାନ ଟେଷ୍ଟ କ୍ରିକେଟ୍ ଠାରୁ ନିଜକୁ ଦୂରେଇ ରଖିବେ । ଉଲ୍ଲେଖନୀୟ କଥା ହେଉଛି, ଟେଷ୍ଟ କ୍ରିକେଟ୍ ପାଞ୍ଚ ଦିନର ଅଟେ, ଏଭଳି ପରିସ୍ଥିତିରେ ବୋଲରମାନଙ୍କୁ ଦୀର୍ଘ ସମୟ ଧରି କ୍ରମାଗତ ବୋଲିଂ କରିବାକୁ ପଡିବ ଏବଂ ବୋଧହୁଏ ଏହି କାରଣରୁ ଜସପ୍ରୀତ ବୁମ୍ରା ରେଡ୍ ବଲ୍ କ୍ରିକେଟ୍ ଠାରୁ ଦୂରରେ ରହିପାରନ୍ତି ।

ଆଇସିସି ଦ୍ୱାରା ପ୍ରକାଶିତ ତାଲିକାରେ ଭାରତର ସ୍ପିନ୍ ବୋଲର ଆର ଅଶ୍ୱିନ୍ ୮୬୦ ରେଟିଂ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟପକ୍ଷରେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଏଡସନ୍ ୮୫୦ ରେଟିଂ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ବ୍ୟତୀତ ପ୍ୟାଟ୍ କମିନ୍ସ ୮୨୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି । ୮୨୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକାର ବୋଲର କାଗିସୋ ରାବାଡା ରହିଛନ୍ତି ।

ଏହା ବ୍ୟତୀତ ଶାହିନ୍ ଆଫ୍ରିଦି ୭୮୭ ପଏଣ୍ଟ ସହ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ଷଷ୍ଠ ସ୍ଥାନରେ ଓଲି ରବିନ୍ସନ୍‌ଙ୍କ ନାମ ଏବଂ ସପ୍ତମ ସ୍ଥାନରେ ନାଥାନ୍ ଲିଅନ୍ ରହିଛନ୍ତି । ଜସପ୍ରୀତ ବୁମରା ୮ ନମ୍ବରରେ ୭୭୨ ପଏଣ୍ଟ ପାଇଥିବାବେଳେ ରବିନ୍ଦ୍ର ଜାଡେଜା ୭୬୫ ପଏଣ୍ଟ ସହ ୯ ନମ୍ବରରେ ଅଛନ୍ତି । ଏଥି ସହିତ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ୧୦ ନମ୍ବରରେ ୭୪୪ ପଏଣ୍ଟ ହାସଲ କରିଛନ୍ତି ।
ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁସାଗ୍ନେ ୯୦୩ ପଏଣ୍ଟ ସହ ଆଇସିସି ବ୍ୟାଟିଂ ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଷ୍ଟିଭ୍ ସ୍ମିଥ୍ ଦୁଇ ନମ୍ବରରେ ୮୮୫, ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ୮୮୪ ପଏଣ୍ଟ ସହ ତୃତୀୟ ସ୍ଥାନରେ, କେନ୍ ୱିଲିୟମ୍ସନ୍ ୮୮୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ, ପାକିସ୍ତାନୀ ଅଧିନାୟକ ବାବର ଆଜାମ ୮୬୨ ପଏଣ୍ଟ ସହ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋ ରୁଟ ୮୬୨ ପଏଣ୍ଟ, ସପ୍ତମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.