ଆଇସିସି ପୁରୁଷ ଟେଷ୍ଟ-୨୦୨୪ର ଶ୍ରେଷ୍ଟ କ୍ରିକେଟର ଭାବେ ମନୋନୀତ ହେଲେ ଯଶପ୍ରୀତ ବୁମ୍ରା
ବର୍ଷ-୨୦୨୪ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ମନୋନୀତ ହେଲେ ଯଶପ୍ରୀତ ବୁମ୍ରା। ଟେଷ୍ଟ ଜଗତରେ ବୁମ୍ରାଙ୍କ ପ୍ରମୁଖ ଭୂମିକାକୁ ଦୃଷ୍ଟିରେ ରଖି ମୋନୋନୀତ କରିଛି ଆଇସିସି।
ନୂଆଦିଲ୍ଲୀ: ୨୦୨୪ର ଶ୍ରେଷ୍ଟ କ୍ରିକେଟର ଭାବେ ମନୋନୀତ ହେଲେ ଯଶପ୍ରୀତ ବୁମ୍ରା। ସୋମବାର ଆଇସିସି ବୁମ୍ରାଙ୍କୁ ଆଇସିସି ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ମନୋନୀତ କରିଛି।
ପିଠିରେ ଆଘାତ ଯୋଗୁଁ ଲମ୍ବା ବିରତି ପରେ ୨୦୨୩ ଶେଷ ଭାଗରେ ଟେଷ୍ଟ କ୍ରିକେଟକୁ ଫେରିଥିବା ବୁମ୍ରା ୨୦୨୪ରେ ରେକର୍ଡ ସଂଖ୍ୟକ ୱିକେଟ୍ ନେବା ସହ ଅନେକ ମାଇଲଖୁଣ୍ଟ ହାସଲ କରିଥିଲେ।
ଘରୋଇ ମାଟିରେ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ଭାରତର ସିରିଜ୍ ବିଜୟ ସହ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ଚ୍ୟାଲେଞ୍ଜିଂ ଆୱେ ମ୍ୟାଚ୍ ରେ ବୁମ୍ରାଙ୍କ ପ୍ରମୁଖ ଭୂମିକା ରହିଥିଲା।
‘Game Changer’ Jasprit Bumrah is awarded the ICC Men’s Test Cricketer of the Year 2024 🥁🥁
Bumrah took 71 wickets at a stunning average of 14.92, finishing as the highest wicket taker in Test cricket in 2024.#TeamIndia | @Jaspritbumrah93 pic.twitter.com/WHUciUK2Qb
— BCCI (@BCCI) January 27, 2025
୨୦୨୪ରେ ସେ ୭୧ ଟି ୱିକେଟ୍ ନେଇ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି ଭାବେ ଇଂଲଣ୍ଡର ଗୁସ୍ ଆଟକିନସନଙ୍କ ଠାରୁ ବହୁତ ଆଗରେ ରହିଥିଲେ।
ବୁମ୍ରା ବର୍ଷକ ମଧ୍ୟରେ ୩୫୭ ଓଭର ବୋଲିଂ କରି ଦ୍ରୁତ ସ୍କୋର ପାଇଁ ଜଣାଶୁଣା ଯୁଗରେ ୨.୯୬ର ଅସାଧାରଣ ଇକୋନୋମି ରେଟ୍ ବଜାୟ ରଖିଥିଲେ।
ତାଙ୍କର ବାର୍ଷିକ ହାରାହାରି ୧୪.୯୨ ଥିଲା, ଯାହାର ଷ୍ଟ୍ରାଇକ୍ ରେଟ୍ ମାତ୍ର ୩୦.୧ ଥିଲା। ରବିଚନ୍ଦ୍ରନ ଅଶ୍ୱିନ, ଅନିଲ କୁମ୍ବଲେ ଏବଂ କପିଲ ଦେବଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ସହ ବୁମ୍ରାଙ୍କ ୭୧ ୱିକେଟ୍ ଯୋଗୁଁ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୭୦ରୁ ଅଧିକ ଟେଷ୍ଟ ୱିକେଟ୍ ନେବାରେ ଚତୁର୍ଥ ଭାରତୀୟ ବୋଲର ହୋଇଛନ୍ତି।