fbpx

IPLରେ ଜଶ୍ୱସ୍ୱୀ ଜୈସ୍ୱାଲଙ୍କ ଧମାକା, ୧୫ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ନୁଆଦିଲ୍ଲୀ: ଆଇପିଏଲ୍ ୨୦୨୩ ର ୬୬ ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍‌ରେ ଜଶ୍ୱସ୍ୱୀ ଜୈସ୍ୱାଲ ୩୬ ବଲ୍ ଖେଳି ନିଜର ଅର୍ଦ୍ଧଶତକ ପୁରଣ କରିଥିଲେ । ଏହାପୁର୍ବରୁ ଚଳିତବର୍ଷ ଆଇପିଏଲ୍ ଇତିହାସରେ ସେ ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ୧୩ ବଲ୍‌ରେ ହାସଲ କରିଥିଲେ । ବର୍ତ୍ତମାନ ଜୈସ୍ୱାଲ ଆଇପିଏଲ ଇତିହାସରେ ଏପରି ଏକ ରେକର୍ଡ କରିଛନ୍ତି, ଯାହା ପ୍ରମାଣ କରିଛି ଯେ ଜୈସ୍ୱାଲ ଆଗାମୀ ଦିନରେ ଭାରତୀୟ କ୍ରିକେଟର ନୂଆ ସୁପରଷ୍ଟାର ହେବେ ।

ଜୈସ୍ୱାଲ ଆଇପିଏଲ ଇତିହାସରେ ଏପରି ଅନକ୍ୟାପ୍‌(କୌଣସି ଦେଶ ପାଇଁ ଖେଳି ନଥିବା ଖେଳାଳି) ଖେଳାଳି ହୋଇପାରିଛନ୍ତି, ଯିଏକି ଆଇପିଏଲର ଏହି ସିଜନରେ ସର୍ବାଧିକ ରନ୍ ସ୍କୋର କରିବା ପାଇଁ ଚମତ୍କାର କରିଛନ୍ତି । ଏହା କରି ଜୈସ୍ୱାଲ ୧୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ୧୫ ବର୍ଷ ପୂର୍ବେ ଅଷ୍ଟ୍ରେଲିଆର ସନ୍ ମାର୍ଶ ଜଣେ ଅନକ୍ୟାପ୍ ଖେଳାଳି ଭାବରେ ଆଇପିଏଲରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ସୃଷ୍ଟି କରିଥିଲେ । ୨୦୦୮ ଆଇପିଏଲ୍ ସିଜନରେ ମାର୍ଶ ମୋଟ ୬୧୬ ରନ୍ ସଂଗ୍ରହ କରିଥିବାବେଳେ ଜୈସ୍ୱାଲ ଏହି ସିଜନରେ ୬୨୫ ରନ୍ ସ୍କୋର କରିଛନ୍ତି ।

ଚଳିତ ଆଇପିଏଲରେ ୧୪ ଟି ମ୍ୟାଚରେ ଜୈସ୍ୱାଲ ୪୮.୦୮ ହାରରେ ରନ୍ କରିଛନ୍ତି । ଏହା ସହିତ ଚଳିତ ବର୍ଷ ଜୈସ୍ୱାଲ ଏକ ଶତକ ମଧ୍ୟ ହାସଲ କରିଛନ୍ତି । ଏହା ବ୍ୟତୀତ ଏହି ଯୁବ ବ୍ୟାଟ୍ସମ୍ୟାନ୍ ମଧ୍ୟ ଆଇପିଏଲରେ ୫ ଅର୍ଦ୍ଧଶତକ ହାସଲ କରିଛନ୍ତି । ବର୍ତ୍ତମାନ ଜୈସ୍ୱାଲଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଛି ଏବଂ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ମଧ୍ୟ ତାଙ୍କ ବ୍ୟାଟିଂକୁ ଭୟ କରୁଛନ୍ତି ।

Get real time updates directly on you device, subscribe now.