fbpx

ଲଗାତାର ତୃତୀୟ ଦିନ ପାଇଁ ଖସିଲା ସୁନା : ୧୦୦୦ ରୁ ଅଧିକ ହ୍ରାସ, ଚେକ୍ କରନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ଲଗାତାର ହ୍ରାସ ଘଟିଛି । ଗତ ୩ ଦିନ ମଧ୍ୟରେ ସୁନା ମୂଲ୍ୟରେ ୧୦୦୦ ରୁ ଅଧିକ ହ୍ରାସ ଘଟିଛି । ଆଜି ସୁନାର ମୂଲ୍ୟ ୬୦,୦୦୦ ଟଙ୍କା ପାଖାପାଖି ପହଞ୍ଚିଛି । ଏଥି ସହିତ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖାଯାଉଛି । ଏଚଡିଏଫସି ସିକ୍ୟୁରିଟିଜ୍ ଏହି ବିଷୟରେ ସୂଚନା ଦେଇଛନ୍ତି ।

ଦିଲ୍ଲୀ ସର୍ରାଫା ବଜାରରେ ସୁନା ମୂଲ୍ୟ ୧୦୫ ଟଙ୍କା ହ୍ରାସ ହୋଇ ୧୦ ଗ୍ରାମ ପିଛା ୬୦୦୪୫ ଟଙ୍କା ସ୍ତରରେ ବନ୍ଦ ହୋଇଛଇ । ଏଥି ସହିତ ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା ୬୦,୧୫୦ ଟଙ୍କା ବନ୍ଦ ହୋଇ ଥିଲା । ତେବେ ରୂପା ମୂଲ୍ୟ ମଧ୍ୟ ୨୫୫ ଟଙ୍କା ବୃଦ୍ଧି ପାଇ ୭୩ କିଲୋଗ୍ରାମରେ ପହଞ୍ଚିଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୮୦୦ ଟଙ୍କା ଓ ୬୦ ,୮୭୦ ଟଙ୍କା ହୋଇଛି।

ସିନିୟର ଆନାଲିଷ୍ଟ, ଏଚଡିଏଫସି ସିକ୍ୟୁରିଟିସ ସୌମୀଲ ଗାନ୍ଧୀ କହିଛନ୍ତି ଯେ ଦିଲ୍ଲୀ ସୀର୍ରାଫା ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୫ ରୁ ୬୦,୦୪୫ ଟଙ୍କା ହ୍ରାସ ପାଇଛି । ବିଦେଶ ବଜାରରେ ସୁନା ଅନ୍ସ ୧,୯୬୭ ଡଲାରକୁ ହ୍ରାସ ପାଇଥିବାବେଳେ ରୂପା ୨୩.୮୮ ଡଲାରରେ ପହଞ୍ଚିଛି । ଶୁକ୍ରବାର ଦିନ ଏସୀୟ ବାଣିଜ୍ୟରେ ସୁନା ମୂଲ୍ୟରେ ହ୍ରାସ ଘଟିଛି ।

ଆପଣ ନିଜ ଘରେ ବସି ସୁନା ମୂଲ୍ୟ ମଧ୍ୟ ଯାଞ୍ଚ କରିପାରିବେ । ଇଣ୍ଡିଆନ୍ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ, ଆପଣ କେବଳ ୮୯୫୫୬୬୪୪୩୩ ରେ ଏକ ମିସ୍ କଲ ଦେଇ ମୂଲ୍ୟ ଯାଞ୍ଚ କରିପାରିବେ । ଆପଣଙ୍କର ମେସେଜ୍ ସେହି ସମାନ ନମ୍ବରରେ ଆସିବ, ଯେଉଁଠାରୁ ଆପଣ ମେସେଜ୍ କରିଥିବେ ।

Get real time updates directly on you device, subscribe now.