fbpx

୪ରେ ଓଡ଼ିଶା ଉପକୂଳ ଛୁଇଁବ ଜୱାଦ: ସତର୍କ କରାଇଲା ଆମେରିକାନ GFS ମଡେଲ

Advertisement

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ ସାମୁଦ୍ରିକ ବାତ୍ୟା ଜୱାଦ । ଆମେରିକା ପକ୍ଷରୁ ପ୍ରସ୍ତୁତ ଜିଏଫ୍ଏସ ମଡେଲରୁ ଏହା ସ୍ପଷ୍ଟ ହୋଇଛି । ଜୱାଦ ନାମରେ ନାମିତ କରାଯାଇଥିବା ଏହି ସାମୁଦ୍ରିକ ବାତ୍ୟା ଆସନ୍ତା ୪ ତାରିଖରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ । ଏହି ବାତ୍ୟା ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷାର ଆଶଙ୍କା ମଧ୍ୟ କରାଯାଇଛି ।

ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରିବ ଓ ୨ ତାରିଖରେ ଡିପ୍ରେସନ୍ ରେ ପରିଣତ ହେବ । ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ ଓ ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୩ ତାରିଖ ମଧ୍ୟରାତ୍ରିରୁ ପବନର ବେଗ ବଢ଼ିବ । ଏହାର ପ୍ରଭାବରେ ୪୦ରୁ ୪୫ କିମି ବେଗରେ ବହିବ ବୋଲି ସୂଚନା ମିଳିଛି । ୪ ତାରିଖ ଦିନ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ମିଳିଛି । ୫ ତାରିଖରେ କେବଳ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.