fbpx

୩୧ ଅଗଷ୍ଟରୁ ଖୋଲିବ ନବୋଦୟ ବିଦ୍ୟାଳୟ, ୫୦ % କ୍ଷମତା ସହିତ ଚାଲିବ କ୍ଲାସ୍

ନୂଆଦିଲ୍ଲୀ: ସାରାଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପୁଣିଥରେ ଜବାହାର ନବୋଦୟ ବିଦ୍ୟାଳୟ ଖୋଲିବାକୁ ଯାଉଛି । ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ୩୧ ଅଗଷ୍ଟରୁ ନବୋଦୟ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ସୂଚନା ମୁତାବକ, ନବୋଦୟ ବିଦ୍ୟାଳୟଗୁଡିକୁ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ସର୍ତ୍ତ ରଖାଯାଇଛି ।

ତେବେ ଶିକ୍ଷା ମନ୍ତ୍ରଣାଳୟର ସୂଚନା ମୁତାବକ, ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୩୧ ଅଗଷ୍ଟରୁ ୫୦ ପ୍ରତିଶତ କ୍ଷମତା ସହିତ ସର୍ତ୍ତମୁତାବକ ଖୋଲିବାକୁ ନବୋଦୟ ବିଦ୍ୟାଳୟ ସମିତି ଘୋଷଣା କରିଛି । ଏହା ଉଭୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ବିଜ୍ଞପ୍ତି ଅଧିନରେ ରହିଛି, ଯେଉଁଥିରେ ବିଦ୍ୟାଳୟଗୁଡିକୁ ସ୍ୱତନ୍ତ୍ର ଗାଇଡଲାଇନ୍ ଅନୁସାରେ ଖୋଲିବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.