fbpx

ଫାଣ୍ଡିରେ ଯବାନ କଲେ ଆତ୍ମହତ୍ୟା

ମାଲକାନଗିରି(ଓଡ଼ିଶା ଭାସ୍କର): ଜଣେ ଯବାନ ଫାଣ୍ଡିରେ ଆତ୍ମହତ୍ୟା କରିଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିର ପୋଟେରୁ ଫାଣ୍ଡିରେ । ଏସଏସବିଏନ୍ ର ଯବାନ ଦୁର୍ଯ୍ୟୋଧନ ମାଝୀ ଫାଣ୍ଡିରେ ଆତ୍ମହତ୍ୟା କରିଛନ୍ତି । ଫାଣ୍ଡି ପରିସରରେ ନିଜ ସର୍ଭିସ୍ ରିଭଲଭରରୁ ଗୁଳି କରି ସେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଏନେଇ କାଲିମେଳା ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟା ପଛର କାରଣ କଣ ହୋଇଥାଇପାରେ ସେ ନେଇ ଛାନଭିନ୍ ଚଳାଇଛି ।

Get real time updates directly on you device, subscribe now.