fbpx

ପିସ୍ତଲ ଦେଖାଇ ଦୋକାନ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌, ୨ ଅଭିଯୁକ୍ତଙ୍କ ଟେର୍ ପାଇବାରେ ବିଫଳ ପୋଲିସ୍

ଢେଙ୍କାନାଳ, (ଭାସ୍କର ନ୍ୟୁଜ) : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ରାସ୍ତାରେ କିଛି ଦୁର୍ବୃତମାନେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର୍‌ ହୋଇ ଯାଇଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ କଟକ ଜିଲ୍ଲାର ମାଲଗୋଦାମ ସ୍ଥିତ ଏକ ଦୋକାନ ମାଲିକ ଗେଡ ସାହୁଙ୍କ କର୍ମଚାରୀମାନେ ଭୁବନ ଅଞ୍ଚଳର ନୟାନିଳକଣ୍ଠ ପୁର,ମହୁଲପାଳ ଗ୍ରାମ ଗୁଡିକରେ ଥିବା ଦୋକାନ ଗୁଡିକରେ ସାମଗ୍ରୀ ବିକ୍ରିକରି ବକେୟା ଟଙ୍କା ଧରି ଉକ୍ତ ରାସ୍ତା ଦେଇ ଫେରୁଥିବା ସମୟରେ ଏହି ରାସ୍ତା କଡରେ ଥିବା ଏକ ପୋଖରୀ ପାଖରେ ଜନଶୁନ୍ୟ ଥିବା ସମୟରେ ୨ ଜଣ ଦୁର୍ବୃତ ଏହି କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଏକଲକ୍ଷ ୩୦ହଜାର ଟଙ୍କା ଲୁଟ କରି ଘଟଣା ସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ । ଭୁବନ ଥାନା ଅଧିକାରୀ ଏହି ଘଟଣା ସମ୍ପର୍କରେ ଖବର ପାଇ ଉକ୍ତ ସ୍ଥାନରେ ପହଁଚି ତଦନ୍ତ କରିଥିଲେ ମଧ୍ୟ ଦୁର୍ବୃତ ମାନଙ୍କ ଟେର ପାଇବାରେ ବିଫଳ ହୋଇଛନ୍ତି । ତେବେ ଚନ୍ଦାର ରାସ୍ତାଟି ଦୁର୍ବୃତ୍ତ ମାନଙ୍କ ପାଇଁ ଭୁସ୍ୱର୍ଗ ପାଲଟିଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.