fbpx

ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଛୁଇଁବ ‘ଜୱାଦ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’କୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି ରାଜ୍ୟବାସୀ । ଇତିମଧ୍ୟରେ ବାତ୍ୟା ତା’ର ଝଲକ ରାଜ୍ୟରେ ଦେଖାଇ ସାରିଲାଣି । ଗତକାଲି ସନ୍ଧ୍ୟାଠାରୁ ରାଜ୍ୟର ଅଧିକାଂଶ ଜିଲ୍ଳାରେ ବର୍ଷା ସହ ମେଘୁଆ ପାଗ ଦେଖିବାକୁ ମିଳିଛି । ଆଜି ମଧ୍ୟ ବର୍ଷା ଲାଗି ରହିଛି । ଗତ ୬ ଘଣ୍ଟା ହେଲା ବାତ୍ୟା ୬ କିମି ବେଗରେ ଗତ କରୁଛି । ଆସନ୍ତାକାଲି ‘ଜୱାଦ’ ପୁରୀ ଉପକୂଳ ସ୍ପର୍ଶ କରିବ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ବାତ୍ୟା ଏବେ ଗୋପାଳପୁରଠାରୁ ୩୬୦ କି.ମି. ଓ ବିଶାଖାପାଟଣାଠାରୁ ୨୫୦ କି.ମି. ଦୂରରେ ରହିଛି । ସେହିପରି ପୁରୀଠାରୁ ୪୩୦, ପାରାଦୀପଠାରୁ ୫୧୦ କିମି ଦୂରରେ ରହିଥିବା ଜଣାପଡ଼ିଛି । ବାତ୍ୟା ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ସାମିଲ ରହିଛି । ବାତ୍ୟାର ଆଗମନକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସମୁଦ୍ର କୂଳବର୍ତ୍ତୀ ଅଧିବାସୀଙ୍କୁ ଆଲର୍ଟ କରାଯିବା ସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କୁହାଯାଇଛି । ଏଥିସହିତ ଏନଡିଆରଏଫ୍ ଟିମକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

Get real time updates directly on you device, subscribe now.