fbpx

ସୀମାନ୍ତ ଛତିଶଗଡ଼ ସୁକୁମା ନିକଟରେ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ପୋରଣରେ ଆହତ ଜବାନଙ୍କ ଆଜି ମୃତ୍ୟୁ

ମାଲକାନଗିରି, 14/12: ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଆହତ ହୋଇଥିବା ଜବାନଙ୍କ ଆଜି ମୃତ୍ୟୁ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମାଲକାନଗିରି ଜିଲା ସୀମାନ୍ତବର୍ତୀ ଛତିଶଗଡ ସୁକୁମା ଥାନା କିଷ୍ଣାରାମ ଥାନା ଅନ୍ତର୍ଗତ କାଂସାରାମ ନାଳ ନିକଟରେ କୁମ୍ବିଂ ଅପରେସନକୁ ଯାଉଥିବା ଜବାନମାନଙ୍କୁ ଟାର୍ଗେଟ କରିଥିଲେ ମାଓବାଦୀ। ସେଠାରେ ମାଓବାଦୀମାନେ ପ୍ରେସର ମାଇନ ଖଞ୍ଜିଥିଲେ। କାଂସାରାମ ନାଳ ନିକଟରେ କୁମ୍ବିଂ ଅପରେସନକୁ ଜବାନମାନେ ଯାଉଥିବାବେଳେ ସେଠାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଏହି ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣରେ ଡେପୁଟି କମାଣ୍ଡର ବିକାଶ କୁମାର ଗୁରୁତର ଆହତ ହୋଇଥିଲେ। ସେଠାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟପୁର ସ୍ଥିତ ରାମକୃଷ୍ଣ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.