ବଲିଉଡକୁ ବଦନାମ କରିବାକୁ ଷଡଯନ୍ତ୍ର ଚାଲିଛି: ଜୟା ବଚ୍ଚନ

0 242

ନୂଆଦିଲ୍ଲୀ,୧୫ ।୯: କରୋନା ସଙ୍କଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଆଜି ସଂସଦର ଦ୍ୱିତୀୟ ଦିନ ଆରମ୍ଭ ହୋଇଥିବା ବେଳେ ସମାଜବାଦୀ ପାର୍ଟୀର ସାଂସଦ ବା ଅଭିନେତ୍ରୀ ଜୟା ବଚ୍ଚନ ରାଜ୍ୟସଭାରେ ଶୂନ୍ୟକାଳରେ ନୋଟିସ ଦେଇଛନ୍ତି । ବଲିଉଡରେ ଡ୍ରଗ୍ସ କାରବାର ମାମଲା ଉପରେ ସଂସଦରେ ଜୟା ବର୍ଷିବା ସହ କହିଛନ୍ତି ଯେ, ‘ ବଲିଉଡକୁ ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି । ବଲିଉଡରୁ ନାମ ହାସଲ କରିଥିବା ଲୋକେ ଏହାକୁ ନର୍ଦ୍ଦମା କହିଛନ୍ତି । ଏହା ଦୁର୍ଭାଗ୍ୟପୂର୍ଣ୍ଣ, ମୁଁ ଏଥିରେ ରାଜି ନୁହେଁ । ଏପରି ଲୋକଙ୍କ ଏଭଳି ଭାଷା ବ୍ୟବହାର ଉପରେ ସରକାର ରୋକ ଲଗାନ୍ତୁ । କିଛି ଖରାପ ଲୋକଙ୍କ ପାଇଁ ବଲିଉଡକୁ ଖରାପ କହିବା ଠିକ୍ ନୁହେଁ । ପ୍ରତ୍ୟକ୍ଷ ଭାବେ ୫ ଲକ୍ଷ ପରିବାର ସିଧାସଳଖ ରୋଜଗାର କରୁଛନ୍ତି ।’

Leave A Reply

Your email address will not be published.