fbpx

(VIDEO)ପୋଖରୀରେ ପଡିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ! ବାହାରିବା ହୋଇଗଲା ବଡ ମୁସ୍କିଲ

ନୂଆଦିଲ୍ଲୀ: ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତେମଜେନ୍ ଇମ୍‌ନା ପ୍ରାୟ ସମୟରେ ନିଜର ମଜାଳିଆ କଥା ଲାଗି ଚର୍ଚ୍ଚାକୁ ଆସିଥାନ୍ତି । ଏବେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ପୋଖରୀରେ ଫସି ଯାଇଥିବା ନଜର ଆସୁଛନ୍ତି ।

ତେମଜେନ୍ ବହୁ ସମୟରେ ନିଜର ମଜାକ୍ ନିଜେ ଉଡାଇବାକୁ ବି ପଛାଇ ନ ଥାନ୍ତି । ଏବେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଦେଖିବାକୁ ମିଳୁଛି କି ସେ ଏକ ପଙ୍କ ଭର୍ତ୍ତି ବଡ ପୋଖରୀରେ ପଡି ଯାଇଛନ୍ତି ଓ ସେଠାରୁ ବାହାରିବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ସହଯୋଗୀ ତାଙ୍କୁ ପୋଖରୀରୁ ବାହାର କରିବାକୁ ଉଦ୍ୟତ ହେଉଥିବା ବେଳେ ସେ କିନ୍ତୁ କାହାର ସାହାଯ୍ୟ ନ ନେଇ ଏକା ଏକା ବାହାରିବାକୁ ଚେଷ୍ଟା କରୁଛନ୍ତି ।

ପୋଖରୀରେ ପଡିବା ପରେ ସେ କହୁଛନ୍ତି କି , ମୁଁ ଏକ ବହୁତ ବଡ ମାଛ । କିନ୍ତୁ ମୋତେ ଜଣା ନ ଥିଲା କି ଏ ପୋଖରୀ ବି ଏତେ ବଡ ହୋଇଥିବ । ଏହାପରେ ସେ ପେଟେଇ ପେଟେଇ ପଙ୍କ ସର ସର ହୋଇ ବାହାରକୁ ଆସୁଛନ୍ତି । ଏହାପରେ ସେ ନିଜର ଚେୟାର ମଗାଉଛନ୍ତି ଓ ତାହା ଉପରେ ବସି କିଛି ସମୟ ଆରାମ କରୁଛନ୍ତି । ଏହି ସମୟରେ ଲୋକମାନେ ତାଙ୍କ ସହ ବେଶ୍ ମଜା କରୁଥିବାର ଦେଖାଯାଉଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ତେମଜେନ୍ ରାଜ୍ୟ ସରକାରରେ ପର୍ଯ୍ୟଟନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅଛନ୍ତି । ସେ ନିଜର ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି କି ଆଜି ଜେସିବି ଟେଷ୍ଟ ଥିଲା । ଗାଡି କିଣିବା ପୂର୍ବରୁ ପ୍ରଥମେ ଏନସିପିଏ ରେଟିଂ ନିଶ୍ଚୟ ଦେଖନ୍ତୁ କାରଣ ଏହା ଆପଣଙ୍କ ଜୀବନର କଥା । ଏହି ଭିଡିଓକୁ ସୋସିଆଲ ମିଡିଆରେ ଏବେ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି ।

Get real time updates directly on you device, subscribe now.