fbpx

BIG BREAKING…କଂଗ୍ରେସରେ ମିଶିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କଂଗ୍ରେସରେ ମିଶିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର । ପ୍ରଭାରୀ, ପିସିସି ସଭାପତି, ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମିଶିଲେ ମନୋଜ ମିଶ୍ର। ପୂର୍ବରୁ ଓଲିଉଡ ବିବାଦକୁ ନେଇ ଅଭିନେତା ମନୋଜ ମିଶ୍ରଙ୍କ ଉପରେ ଲାଗିଥିବା କଟକଣା ଉପରେ ପ୍ରତିକ୍ରିୟା ରଖିଥିଲେ କଂଗ୍ରେସର ବରିଷ୍ଠ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। କହିଥିଲେ ଶୀଘ୍ର ହଟିନଯାଏ ତେବେ ଓଡ଼ିଶା ଦୁଇ ଭାଗରେ ବିଭକ୍ତ ହୋଇଯିବ।

ଅଭିନେତା ମନୋଜ ମିଶ୍ରଙ୍କ ଉପରେ ୨ ବର୍ଷର ନିଷେଧାଦେଶ ଅପମାନଜନକ। ପଶ୍ଚିମ ଓଡ଼ିଶାବାସୀ ଏହାକୁ ତୀବ୍ର ବିରୋଧ କରିବେ। ଆବଶ୍ୟକ ପଡ଼ିଲେ ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ। ମନୋଜ ମିଶ୍ରଙ୍କ ଉପରେ ଲାଗିଥିବା ନିଷେଧାଦେଶ ପ୍ରତ୍ୟାହାର କରି ତାଙ୍କୁ ଉଚିତ ସମ୍ମାନ ଦେବା ସହ ମାମଲାର ଯଥାଶୀଘ୍ର ସମାଧାନ କରିବାକୁ ଶ୍ରୀ ମିଶ୍ର ଦାବି କରିଥିଲେ।

Get real time updates directly on you device, subscribe now.