fbpx

BCCI ଘୋଷଣା କଲା ଟିମ୍: ଇଂଲଣ୍ଡ ବିପକ୍ଷ ଶେଷ ୩ଟି ଟେଷ୍ଟରେ କେଉଁମାନେ ସ୍ଥାନ ପାଇଲେ

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ଜଣଙ୍କ ପରେ ଜଣେ ଖେଳାଳି ଆହତ ହେବା ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ଭାରତୀୟ ଟିମ୍ ପାଇଁ ଯେଉଁ ଡର ରହିଥିଲା ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି । ଗତ ୯ ତାରିଖରେ ସିଲେକ୍ସନ କମିଟିର ଏକ ବୈଠକ ବସିଥିବା ବେଳେ ବିରାଟ ପରବର୍ତ୍ତୀ ୩ଟି ମ୍ୟାଚରେ ଖେଳିବେ ନାହିଁ ବୋଲି କହିଥିଲେ ।

ତେବେ ଇଂଲଣ୍ଡ ବିପକ୍ଷ ଶେଷ ୩ଟି ମ୍ୟାଚରୁ ବିରାଟ ବାଦ୍ ପଡ଼ିବା ପରେ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ) ପକ୍ଷରୁ ଟିମ୍ ଘୋଷଣା କରାଯାଇଛି । ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ ବୁମ୍ରା (ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ, କେଏଲ ରାହୁଲ (*), ରଜତ ପତିଦାର, ସର୍ଫରାଜ ଖାନ, ଧ୍ରୁବ ଜୁରେଲ (ୱିକେଟ ରକ୍ଷକ), କେଏସ ଭରତ (ୱିକେଟ ରକ୍ଷକ), ଆର. ଅଶ୍ୱିନ, ରବିନ୍ଦ୍ର ଜାଡ଼େଜା (*), ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଆକାଶ ଦୀପ ସ୍ଥାନ ପାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ବ୍ୟକ୍ତିଗତ ସମସ୍ୟା କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ ବାଦ୍ ପଡ଼ିଥିଲେ । ସେହିପରି ଆଘାତ ଜନିତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡ଼େଜା ଓ କେଏଲ ରାହୁଲ ଖେଳି ପାରିନଥିଲେ । ରାହୁଲ ଏବେ ଫିଟ ହୋଇ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସାର୍ ଜାଡ଼େଜାଙ୍କ ସ୍ଥିତିକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଶ୍ରେୟସ ଆୟରଙ୍କ ପିଠିରେ ଯନ୍ତ୍ରଣା ହେଉଥିବାରୁ ସେ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.