fbpx

ଆଜିଠାରୁ JEE ଆଡଭାନ୍ସଡ ପଞ୍ଜୀକରଣ

ନୂଆଦିଲ୍ଲୀ: ଆଜି ଅପରାହ୍ଣରୁ ଆରମ୍ଭ ହେଉଛି ଜେଇଇ ଆଡଭାନ୍ସଡ ପଞ୍ଜୀକରଣ । ଆଇଆଇଟି ନାମଲେଖା ପାଇଁ ଅକ୍ଟୋବର ୩ରେ ହେବ ଜେଇଇ ଆଡଭାନ୍ସଡ ପରୀକ୍ଷା । ଜେଇଇ ମେନ୍ର ପ୍ରଥମ ୨.୫ ଲକ୍ଷ ରାଙ୍କକୁ ପଞ୍ଜୀକରଣ ପାଇଁ ଅନୁମତି ମିଳିବ ।

ଛାତ୍ରଛାତ୍ରୀମାନଙ୍କ ପାଇଁ jeeadv.nic.in ୱେବସାଇଟ୍ ଜରିଆରେ ଆଜି ଅପରାହ୍ନରୁ ପଞ୍ଜୀକରଣ ଫର୍ମ ଉପଲବ୍ଧ ହେବ । ଗତବର୍ଷ ଜେଇଇ ଆଡଭାନ୍ସଡ ଦେଇପାରି ନଥିବା ପିଲାଙ୍କୁ ବି ପଞ୍ଜୀକରଣ ପାଇଁ ଅନୁମତି ମିଳିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.