fbpx
BJD SKY
BJD SKY

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ସୂଚୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

BJD

ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର): ଆଜି ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ସୂଚୀ । ଆକ୍ଟୋବର ୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ମିଳିଯିବ ଆଡମିଟକାର୍ଡ । ojee.nic.in ରେ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ପରୀକ୍ଷାର୍ଥୀମାନେ ଆଇଡି ପାଶୱାର୍ଡ ଦେଇ ନିଜ ନିଜର ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ୩ଟି ସିଟିଂରେ ଓ କମ୍ପୁଟର ବେସଡ ଟେଷ୍ଟ ମୋଡରେ ଓଜେଇଇ ପରୀକ୍ଷା ହେବ । ଅକ୍ଟୋବର ୧୨ରୁ ୧୯ ଯାଏଁ ୨ ଘଣ୍ଟା ଅବଧି ବିଶିଷ୍ଟ ପରୀକ୍ଷା ହେବ । ସକାଳ ୯ଟାରୁ ୧୧ ଟା, ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ୩୦ ଯାଏଁ ହେବ ପରୀକ୍ଷା । ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ପରୀକ୍ଷା ହେବ ।

ତେବେ ଚଳିତ ବର୍ଷ ଓଜେଇଇ ପରୀକ୍ଷା ପାଇଁ ରେକର୍ଡ ସଂଖ୍ୟାକ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ଏଥର ୭୯,୮୦୦ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବେ । ଆସନ୍ତା ୧୨ରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ । ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.