fbpx

ଗୋଟିଏ ମାଛ ପାଇ ମହିଳା ମାଲାମାଲ୍, ଦାମ୍ ଶୁଣିଲେ ହୋସ୍ ଉଡିଯିବ

ପଶ୍ଚିମବଙ୍ଗରେ ଜଣେ ବୃଦ୍ଧ କୌଣସି ବ୍ୟାଙ୍କ ଓ ଲଟରୀ ନକିଣି ବି ରାତାରାତି ଧନୀ ହୋଇଛନ୍ତି । ଯାହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବୃଦ୍ଧ ମହିଳା ଜଣକ ଶନିବାର ଦିନ ଏକ ବିଶାଳକାୟ ମାଛ ଧରିଥିଲେ, ଯେଉଁଥିପାଇଁ ତାଙ୍କୁ ୩ ଲକ୍ଷ ଟଙ୍କା ମିଳିଥିଲା ।

ସୂଚନା ଅନୁସାରେ, ଦକ୍ଷିଣ ୨୪ ପରୱାନା ଜିଲ୍ଲା ସୁନ୍ଦରବନ ଅଞ୍ଚଳର ସାଗରଦ୍ୱୀପରେ ରହୁଥିବା ପୁଷ୍ପା କର ନାମକ ଜଣେ ମହିଳା ନଦୀରୁ ୫୨ କିଲୋଗ୍ରାମର ମାଛ ଧରିଥିଲେ । ସବୁଠାରୁ ବଡ ହେଉଛି ଯେ, ସେହି ମାଛ ପାଇଁ ତାଙ୍କୁ କିଲୋଗ୍ରାମ ପ୍ରତି ୬୨୦୦ ଟଙ୍କା ମିଳିଲା । ବୃଦ୍ଧ ମହିଳା ଜଣକ ମାଛଟିକୁ ବିକ୍ରି କରି ୩ ଲକ୍ଷରୁ ଅଧିକ ଟଙ୍କା ପାଇଲେ । ସେ କେବେ ସ୍ୱପ୍ନରେ ବି ଭାବିନଥିଲେ ଯେ, ଗୋଟିଏ ମାଛ ପାଇଁ ତାଙ୍କୁ ଏତେ ପରିମାଣରେ ଟଙ୍କା ମିଳିବ ।

Get real time updates directly on you device, subscribe now.